କନକ ବ୍ୟୁରୋ : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି ମଣିଷ ଠାରୁ ଜୀବଜନ୍ତୁ ପର୍ଯ୍ୟନ୍ତ । ମଣିଷମାନେ କିଭଳି ନା କିଭଳି ନିଜର ସୁରକ୍ଷା ପାଇଁ ବ୍ୟବସ୍ଥା କରିପାରୁଥିବା ବେଳେ ହନ୍ତସନ୍ତ ହେଉଛନ୍ତି ଜୀବଜନ୍ତୁ । ଏହାକୁ ନଜରରେ ରଖି ଭୁବନେଶ୍ୱରର କିଛି ସ୍ୱେଚ୍ଛାସେବୀ ସଂଗଠନ ଓ କଲେଜ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଜୀବଜନ୍ତୁଙ୍କ ପାଇଁ ପାଣି ଓ ଖାଦ୍ୟ ବିତରଣ କରୁଛନ୍ତି ।
ଭୁବନେଶ୍ୱରର ସବୁ ଗଳି କନ୍ଦିରେ ଡାଲା ଅଟୋରେ ବୁଲି ବୁଲି ଗୋଖାଦ୍ୟ ଓ ପାଣିର ବ୍ୟବସ୍ଥା କରୁଛନ୍ତି ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା । ପ୍ରବଳ ଖରାରେ ମଣିଷ ସନ୍ତୁଳି ହେଉଥିବା ବେଳେ ପଶୁପକ୍ଷୀ ମଧ୍ୟ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି । ତେଣୁ ରାସ୍ତାଘାଟରେ ସ୍ଥାନେ ସ୍ଥାନେ ଜଳଛତ୍ରର ବ୍ୟବସ୍ଥା କରୁଛନ୍ତି ସ୍ୱେଚ୍ଛାସେବୀ ସଂଗଠନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Capture-15.jpg)