କନକ ବ୍ୟୁରୋ : ଗୁରୁତର ଶିଶୁରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଆଇସିୟୁ ବ୍ୟବସ୍ଥା ପ୍ରକ୍ରିୟା ଆରମ୍ଭ ହୋଇଛି। କଟକର ଶିଶୁ ଭବନ ବାଦ୍ ରାଜ୍ୟର ଆହୁରି ୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବ˚ ମେଡିକାଲ୍ କଲେଜରେ ପିକୁ(ପ୍ରିମାଚ୍ୟୁଓର ଆଇସିୟୁ) ଖୋଲିବାକୁ ଯାଉଛି। ଏଥିପାଇଁ ଶିଶୁଭବନରେ ପ୍ରଥମଥର ପାଇଁ ଏକ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟ ସଂପୃକ୍ତ ହସ୍ପିଟାଲରେ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଛି। ଶିଶୁଭବନର ୫ ଜଣ ବରିଷ୍ଠ ଡାକ୍ତରଙ୍କୁ ନେଇ ଏକ ଟିମ ସେମାନଙ୍କୁ ତାଲିମ ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବ˚ ମେଡିକାଲ କଲେଜର ନର୍ସଙ୍କୁ ଆଇସିୟୁ ପରିଚାଳନା ସ˚କ୍ରାନ୍ତରେ ଦୁଇ ଦିନିଆ ତାଲିମ ଦିଆଯାଉଛି। ପରେ ଆଇସିୟୁ ଦାୟିତ୍ବରେ ରହିବାକୁ ଥିବା ଡାକ୍ତରଙ୍କୁ ତାଲିମ ଦିଆଯିବ।
ଶିଶୁଭବନରେ ନ୍ୟୁବର୍ଣ୍ଣ ଆଇସିୟୁ(ନିକୁ) ଏବ˚ ପ୍ରିମାଚ୍ୟୁଓର ଆଇସିୟୁ(ପିକୁ)ରେ ୨୧ଟି ବେଡ୍ କାର୍ଯ୍ୟ କରୁଥିବା ବେଳେ ବଡ଼ ମେଡିକାଲରେ ୫ଟି ବେଡ ରହିଛି। ସରକାରୀ ଭାବେ ରାଜ୍ୟରେ ଶିଶୁ ରୋଗୀଙ୍କ ପାଇଁ ମାତ୍ର ୨୬ଟି ଆଇସିୟୁ କାର୍ଯ୍ୟ କରୁଥିଲା। ଗୁରୁତର ଶିଶୁରୋଗୀଙ୍କୁ ଉନ୍ନତମାନର ଚିକିତ୍ସାସେବା ଯୋଗାଇବା ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ସମସ୍ୟା ହେଉଥିବାରୁ ୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବ˚ ହସ୍ପିଟାଲରେ ପିକୁ ଖୋଲିବାକୁ ଯାଉଛି। ଏଥିପାଇଁ ବ୍ରହ୍ମପୁର ମେଡିକାଲ୍ କଲେଜ ଏବ˚ ହସ୍ପିଟାଲ୍ ସମେତ ବୁର୍ଲା, କୋରାପୁଟ, କନ୍ଧମାଳ ମେଡିକାଲ୍ କଲେଜ ଏବ˚ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରୁ ତିନି ଜଣ ଲେଖାଏଁ ୧୫ ଜଣ ନର୍ସଙ୍କୁ ଶିଶୁଭବନରେ ତାଲିମ ଦିଆଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/i.jpeg)