ଆସନ୍ତା କାଲି ଠାରୁ ଦିଲ୍ଲୀ ଓ ୟୁପିରେ ଆଶିଂକ ଅନଲକ୍ । ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

Advertisment
ଆସନ୍ତା କାଲି ଠାରୁ ଦିଲ୍ଲୀ ଓ ୟୁପିରେ ଆଶିଂକ ଅନଲକ୍ । ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

କନକ ବ୍ୟୁରୋ : ଦିଲ୍ଲୀ ‘ ଅନଲକ୍’ ପ୍ରକ୍ରିୟାରେ ରବିବାର ଦିନ ‘ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ (ଡିଡିଏମ୍ଏ) ଜାତୀୟ ରାଜଧାନୀ ନିମନ୍ତେ ଆହୁରି କିଛି କୋଭିଡ୍-୧୯ କଟକଣା କୋହଳ କରିଛନ୍ତି। ସୋମବାର ଠାରୁ ପୁଣି ଥରେ ଜାତୀୟ ରାଜଧାନୀ ଅଞ୍ଚଳରେ ଆସନ ସାମର୍ଥ୍ୟର ୫୦% ପୂରଣ କରି ବାର୍, ସର୍ବସାଧାରଣ ପ୍ରମୋଦ ଉଦ୍ୟାନ, ବଗିଚା, ଗଲ୍ଫ୍ କ୍ଲବ୍ ଏବଂ ମୁକ୍ତାକାଶ ଯୋଗ କାର୍ଯ୍ୟକଳାପ, ଆରମ୍ଭ କରାଯାଇ ପାରିବ ବୋଲି ‘ଡିଡିଏମ୍ଏ’ ଏକ ଆଦେଶନାମାରେ କହିଛି। କାର୍ଯ୍ୟକଳାପ,
ଅଧିକ ସଂକ୍ରମଣଶୀଳ କୋଭିଡ୍-୧୯ ମହାମାରୀର ଦ୍ବିତୀୟ ପ୍ରବାହ ଯୋଗୁଁ ଦିଲ୍ଲୀରେ କଟକଣା ଜାରି ହୋଇଥିଲା। ସେସବୁ ପର୍ଯ୍ୟ।ୟକ୍ରମେ ଲାଘବ କରାଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଥିଲେ।

ଆସନ ସାମର୍ଥ୍ୟର ୫୦% ପୂରଣ କରି ସୋମବାର ମଧ୍ୟାହ୍ନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାର୍ ସବୁ ପୁଣି ଥରେ ଖୋଲିବାକୁ ଅନୁମତି ପାଇଛନ୍ତି। ରୋସ୍ତୋରାଁ ସବୁ ସକାଳ ୮ଟାରୁ ରାତି ୧୦ଟା ପନ୍ତ ଖୋଲା ଯାଇ ପାରିବ। କିନ୍ତୁ, ସେମାନଙ୍କ ପରିସର ମଧ୍ୟରେ ସରକାରୀ ଗାଇଡ୍ଲାଇନ୍ ଓ ନିୟମାନୁସାରେ କୋଭିଡ୍-୧୯ ପ୍ରାସଙ୍ଗିକ ଆଚରଣ କଡ଼ାକଡ଼ି ପାଳନ କରାଯାଉଛି ବୋଲି ମାଲିକମାନେ ସୁନିଶ୍ଚିତ ହେବା ଉଚିତ। ଗାଇଡ୍ଲାଇନ୍ ଉଲ୍ଲଂଘନ ପାଇଁ ସେମାନେ ଉତ୍ତରଦାୟୀ ରହିବେ ବୋଲି ‘ଡିଡିଏମ୍ଏ’ କହିଛି। କିନ୍ତୁ, ସିନେମା, ଜିମ୍ସ୍, ସ୍ପା ଆଦି ଜୁନ୍ ୨୮ ତାରିଖ ଭୋର୍ ୫ଟା ପର୍ୟ୍ୟନ୍ତ ବନ୍ଦ ରହିବ ବୋଲି ପୂର୍ବରୁ କଟକଣା ଜାରି କରାଯାଇଛି।

ସେହିଭଳି ଉତ୍ତରପ୍ରଦେଶ ସରକାର ରାଜ୍ୟରେ ଲାଗୁ ହୋଇଥିବା କରୋନା କଟକଣାରେ କୋହଲ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଠାରୁ ସକାଳ ୭ ଟାରୁ ରାତି ୯ଟା ଯାଏଁ ବଜାର ଖୋଲା ରହିବ । ହେଲେ ଶନିବାର ଓ ରବିବାର ପୂର୍ବଭଳି ସପ୍ତାହନ୍ତ ଲକଡାଉନ ବଳବତ୍ତର ରହିବ । ହେଲେ ସ୍କୁଲ, କଲେଜ ଖୋଲିବା ନେଇ ସରକାର କିଛି ସୂଚନା ଦେଇ ନାହାନ୍ତି । ୟୁପିର ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିୱାରୀ ଜାରି କରିଥିବା ଆଦେଶ ମୁତାବକ ଜୁନ ୨୧ ଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଏହାସହ ହୋଟେଲ, ରେଷ୍ଟୁରାଣ୍ଟ,ଆଦି ୫୦ ପ୍ରତିଶତ କ୍ଷମତା ଆଧାରରେ ଖୋଲା ଯାଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe