ପ୍ରତିବର୍ଷ ଏହି ଦିନରେ ତିନୋଟି ରଙ୍ଗରେ ରଂଜିତ ହୋଇଥାଏ ଲାଲ୍ କିଲ୍ଲା : ଜାଣନ୍ତୁ ଲାଲ୍ କିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ପଛର କାହାଣୀ

415

ଏକ ବନ୍ଧନ ମୁକ୍ତ ଯାତ୍ରାର ନାଁ ହେଉଛି ସ୍ୱାଧୀନତା । ଏକ ମୁକ୍ତ ଉଡାଣର ନାଁ ହେଉଛି ସ୍ୱାଧୀନତା । ହେଲେ ବିନା ଲାଲ୍ କିଲ୍ଲାରେ ସ୍ୱାଧୀନତାର ଏହି ଦିନକୁ ପାଳନ କରିବା ସମ୍ଭବ ନୁହେଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଏହି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହି ସମ୍ବୋଧନ ପୂର୍ବରୁ ଯେତେବେଳେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ସେତେବେଳେ ଗର୍ବରେ ଦେଶବାସୀଙ୍କ ଛାତି ଚଉଡା ହୋଇଯାଇଥାଏ ।

ତେବେ କାହିଁକି ଅଧୁରା ଲାଲ୍ କିଲ୍ଲା ବିନା ସ୍ୱାଧୀନତାର ସୁଆଦ । ଜାଣନ୍ତୁ ଏହା ସହ ଜଡିତ କିଛି କଥା

ୟୁନେସ୍କୋ ବିଶ୍ୱ ଐତିହ୍ୟ :

• ଲାଲକିଲ୍ଲା ମୋଗଲ୍ ବାଦଶାହା ଶାହାଜାହାନଙ୍କ ଦ୍ୱାରା ୧୬୩୯ରେ ନିର୍ମାଣ ହୋଇଥିଲା ।

• ଏହି ମହାନ୍ କିଲ୍ଲା ୟୁନେସ୍କୋ ବିଶ୍ୱ ଐତିହ୍ୟରେ ନିଜ ନାଁ ସାମିଲ୍ କରିଛି ।

• ଏହି କିଲ୍ଲା ଲାଲ୍ ସାଣ୍ଡଷ୍ଟୋନରେ ତିଆରି ହୋଇଛି ସେଥିପାଇଁ ଏହାକୁ ଲାଲ୍ କିଲ୍ଲା କୁହାଯାଏ ।

• ଦିଲ୍ଲୀର ସପ୍ତମ ମୁସଲମାନ୍ ନଗର ଲାଲକିଲ୍ଲା ।

• ଲାଲ୍ କିଲ୍ଲା ଯମୁନା ନଦୀ କୂଳରେ ଅବସ୍ଥିତ ।

• ପାରସୀ, ୟୁରୋପୀୟ ଏବଂ ଭାରତୀୟ କଳାର ସମାବେଶ ହେଉଛି ଏହି କିଲ୍ଲା ।

• ୮ଟି ଭାଗରେ ବିଭକ୍ତ ଏହି କିଲ୍ଲା । ଯାହାର ନାଁ ହେଉଛି ନକ୍କରଖାନା, ଦିୱାନ୍ – ଏ -ଆମ୍, ନହର୍ – ଏ – ବହିସ୍ତ, ଜନାନା, ଖାସ୍ ମହଲ୍, ଦିୱାନ – ଏ – ଖାସ୍, ମୋତି ମସଜିଦ୍ ଏବଂ ହୟାତ ବଖ୍ସ ବାଗ୍ ।

• ଏହି କିଲ୍ଲାରୁ ଭାରତର ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଅର୍ଥାତ୍ ୧୫ ଅଗଷ୍ଟରେ ପ୍ରତି ବର୍ଷ ଜନତାକୁ ସମ୍ବୋଧିତ କରନ୍ତି ।

• ଦିଲ୍ଲୀର ସବୁଠାରୁ ବଡ଼ ସ୍ମାରକ ହେଉଛି ଲାଲ୍ କିଲ୍ଲା ।

• ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ପ୍ରଥମ ଥର ଏଠାରେ ତ୍ରିରଙ୍ଗା ଉଡାଇଥିଲେ । ଆଉ ସେବେଠାରୁ ଚାଲିଆସିଛି ଏହି ପ୍ରଥା ।

• ୧୮୫୭ର ସ୍ୱତନ୍ତ୍ରତା ସଂଗ୍ରାମ ପରେ ଲାଲ୍ କିଲ୍ଲା ବ୍ରିଟିଶ୍ ସେନାର କବଜାକୁ ଆସିଥିଲା । ଏହାକୁ ବ୍ରିଟିଶ୍ ସେନାର ମୁଖ୍ୟାଳୟ ମଧ୍ୟ କରାଯାଇଥିଲା । ଏହି ସଂଗ୍ରାମ ପରେ ବାହାଦୁର ଶାହା ଜାଫରଙ୍କ ଉପରେ ମାମଲା ଚାଲିଥିଲା । ଏହି ଠାରେ ହିଁ ନଭେମ୍ବର ୧୯୪୫ରେ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିର ତିନି ଜଣ ଅଫିସରଙ୍କୁ କୋର୍ଟ ମାର୍ସଲ୍ କରାଯାଇଥିଲା । ଏହା ପରେ ଭାରତୀୟ ସେନା ଏହି କିଲ୍ଲାକୁ ନିଜ ଅଧୀନକୁ ନେଇଥିଲା । ପରେ ଡିସେମ୍ବର ୨୦୦୩ରେ ଭାରତୀୟ ସେନା ଏହାକୁ ଭାରତୀୟ ପର‌୍ୟ୍ୟଟନ ଅଧିକାରୀଙ୍କୁ ହସ୍ତାନ୍ତର କରିଦେଇଥିଲେ ।

• ଡିସେମ୍ବର ୨୦୦୦ରେ ଲସ୍କର–ଏ– ତୋଏବାର ଆତଙ୍କବାଦୀମାନେ ଏହି ଲାଲ୍ କିଲ୍ଲାକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଦୁଇ ଜଣ ସୈନିକ ଏବଂ ଜଣେ ନାଗରିକଙ୍କ ଜୀବନ ନେଇଥିଲା । ସମୟ ଥିଲା ଏଠାରେ ୩୦୦୦ ଲୋକ ବସିବାର ବ୍ୟବସ୍ଥା ଥିଲା । କିନ୍ତୁ ଏବେ ଏହା ପର‌୍ୟ୍ୟଟନସ୍ଥଳୀ ବନିଯାଇଛି , ଯାହାକୁ ଦେଖିବା ପାଇଁ ବିଦେଶରୁ ଲୋକଙ୍କ ସୁଅ ଛୁଟେ ।

ତେବେ ଆଜି ଲାଲକିଲ୍ଲାରେ ଆୟୋଜନ ହେଉଥିବା ଜାତୀୟ ସ୍ତରର ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ସଂଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମିଳିଥିବା ସୂଚନା ଅନୁସାରେ ସକାଳ ୭ଟାରେ ମୋଦି ରାଜଘାଟରେ ପହଂଚିବେ । ୭ଟା ୧୮ରେ ଦିଲ୍ଲୀ ଲାହୋର ଗେଟରେ ପହଂଚିବେ । ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ଓ ସଚିବ ତାଙ୍କୁ ସ୍ୱାଗତ କରିବେ । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ସକାଳ ପ୍ରାୟ ୭ଟା ୩୦ରେ ମୋଦି ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିବେ ।

କରୋନା କଟକଣା ଭିତରେ ଆଜି ଆୟୋଜିତ ହେବାକୁ ଯାଉଛି ୭୪ ତମ ସ୍ୱାଧାନତା ଦିବସ । ଏଥିପାଇଁ ଗାଇଡଲାଇନ ଜାରି ହୋଇଛି । ଦିଲ୍ଲୀର ଲାଲକିଲ୍ଲା ଏବଂ ଆଖପାଖ ଅଂଚଳରେ ସମସ୍ତ ପ୍ରକାର ପ୍ରତିବନ୍ଧକ ହଟାଇବାକୁ ବହୁ ସ୍ତରୀୟ ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଦିଲ୍ଲୀ ପୋଲିସକୁ ସହାୟତା କରିବେ ଏନଏସଜି, ଏସିପିଜି, ଆଇଟିବିପି,‘ସ୍ୱାଟ୍’ ଟି, ପରାକ୍ରମ ଭ୍ୟାନ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ମୁତୟନ ହେବେ । ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଫେସିଆଲ ରିକଗ୍ନିସନ ସିଷ୍ଟମ ମଧ୍ୟ ରଖାଯାଇଛି ।