କୋଭିଡ ମହାମାରୀ ଭିତରେ ଏବେ ଦେଶରେ ଅକ୍ସିଜେନକୁ ନେଇ ଅନେକ ପ୍ରଶ୍ନ ଉଠିଛି । କ’ଣ ଦେଶରେ ଅକ୍ସିଜେନର ଅଭାବ ରହିଛି?

179

କନକ ବ୍ୟୁରୋ: କୋଭିଡ ମହାମାରୀ ବେଳେ ଦେଶରେ ଅମ୍ଲଜାନ ଅଭାବକୁ ନେଇ ସମସ୍ୟା ବଢିବାରେ ଲାଗିଛି । ଏବେ ନଜର ପକାନ୍ତୁ ଦେଶରେ ଅମ୍ଲଜାନ ଉତ୍ପାଦନ, ବ୍ୟବହାର ଓ ଯୋଗାଣକୁ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ..

ଦେଶରେ କେତେ ଅକ୍ସିଜେନ୍ ଉତ୍ପାଦନ ହେଉଛି?

ଅଲ ଇଣ୍ଡିଆ ଇଣ୍ଡଷ୍ଟ୍ରିୟାଲ ଗ୍ୟାସେଜ ମ୍ୟାନୁଫ୍ୟାକ୍ଚର୍ସ ଆସୋସିଏସନର ସୂଚନା

  • ଷ୍ଟିଲ ପ୍ଲାଂଟ ସମେତ ଦେଶରେ ପ୍ରତ୍ୟେକଦିନ ୭,୩୦୦ ମାଟ୍ରିକ ଟନ୍ ଗ୍ୟାସ ଉତ୍ପାଦନ ହେଉଛି
  • ବଡ ଉତ୍ପାଦକ ହେଲେ ଆଇନକ୍ସ ଏୟାର ପ୍ରଡକ୍ଟସ, ଗୋଏଲ ଏମଜି ଗ୍ୟାସେସ ପ୍ରାଇଭେଟ୍ ଲିମିଟେଡ୍, ନ୍ୟାସନାଲ ଅକ୍ସିଜେନ୍ ପ୍ରମୁଖ
  • ଦେଶରେ ପ୍ରାୟ ୫୮ ହଜାର ମେଟ୍ରିକ ଟନ୍ ଅକ୍ସିଜେନ ମହଜୁଦ ରହିଛି
  • ତା ଭିତରୁ ମେଡିକାଲ ଅକ୍ସଜେନ୍ର ମାତ୍ରା ପ୍ରାୟ ସାଢେ ୨୩ ହଜାର ମେଟ୍ରିକ ଟନ୍

ଉତ୍ପାଦନ ଓ ଚାହିଦା ଭିତରେ ଅଛି କି ଅନ୍ତର?

  • ଦେଶକୁ ଏବେ ପ୍ରତ୍ୟେକ ଦିନ ୪, ୮୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଆବଶ୍ୟକ
  • କିନ୍ତୁ ପ୍ରତ୍ୟେକ ଦିନ ଯୋଗାଣ ହେଉଛି ୩, ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍
  • ଅର୍ଥାତ ଆବଶ୍ୟକ ଓ ଯୋଗାଣ ଭିତରେ ପ୍ରାୟ ୧, ୧୦୦ ମେଟ୍ରିକ ଟନ୍ର ଅନ୍ତର

ଅକ୍ସିଜେନ ଯୋଗାଣରେ କେଉଁଠି ରହୁଛି ସମସ୍ୟା?

  • ଦେଶରେ ଅକ୍ସିଜେନର ପ୍ରଚୁର ମାତ୍ରାରେ ଉତ୍ପାଦନ ହେଉଛି
  • ଯେତିକି ଆବଶ୍ୟକ, ତାଠାରୁ ଢେର ଅଧିକ ଅକ୍ସିଜେନ୍ ଗଚ୍ଛିତ ଅଛି
  • ହେଲେ ଅକ୍ସିଜେନ୍ ଯୋଗାଣରେ ସମସ୍ୟା ଦେଖାଦେଇଛି
  • ଏଥିପାଇଁ ମୁଖ୍ୟତଃ ଟ୍ରାନ୍ସପୋର୍ଟ ନେଟ୍ୱର୍କର୍ରେ ସମସ୍ୟା ରହିଛି
  • ଅକ୍ସିଜେନ୍ ଉତ୍ପାଦନ ପରେ କ୍ରାୟୋଜେନିକ ଟ୍ରକରେ ବିତରଣ କେନ୍ଦ୍ର ନିଆଯାଏ
  • ରିପୋର୍ଟ ଅନୁସାରେ ଦେଶରେ ୧୨୦୦ରୁ ୧୫୦୦ କ୍ରାୟୋଜେନିକ ଟ୍ରକ ରହିଛି
  • କରୋନା ସଂକଟ ସମୟରେ ଏହି ସଂଖ୍ୟା ଅତି କମ୍ ବୋଲି କୁହାଯାଉଛି
  • କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନର ବିତରଣ ପ୍ରକ୍ରିୟା ଫେଲ ମାରୁଛି

ଅକ୍ସିଜେନକୁ ନେଇ ଅନ୍ୟାନ୍ୟ ସମସ୍ୟା

  • ଅକ୍ସିଜେନ୍କୁ ସଂରକ୍ଷଣ କରିବା ପାଇଁ ଆବଶ୍ୟକ ସିଲିଣ୍ଡରର ଘୋର ଅଭାବ ରହିଛି
  • ଦ୍ୱିତୀୟ ଲହରରେ କରୋନା ଆକ୍ରାନ୍ତଙ୍କୁ ଅଧିକ ଅକ୍ସିଜେନ୍ ସପୋର୍ଟ ଦରକାର ପଡୁଛି
  • କରୋନାର ପ୍ରଥମ ଲହର ପରେ ଦ୍ୱିତୀୟ ଲହର ପାଇଁ ସରକାର ପ୍ରସ୍ତୁତି କରିନଥିଲେ
  • ୧୬୨ ଅକ୍ସିଜେନ୍ ପ୍ଲାଂଟକୁ ଅନୁମୋଦନ କରିଥିବା ସୂଚନା ଦେଇଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
  • ହେଲେ ଦେଶରେ ମାତ୍ର ୩୩ଟି ଅକ୍ସିଜେନ୍ ପ୍ଲାଂଟ୍ କାର୍ଯ୍ୟକ୍ଷମ ହୋଇପାରିଛି
  • ଏପ୍ରିଲ ଶେଷ ସୁଦ୍ଧା ୫୯ଟି ଓ ମେ’ ଶେଷ ସୁଦ୍ଧା ୭୦ଟି କାର୍ଯ୍ୟକ୍ଷମ ହେବା ଯୋଜନା ଥିଲା