କେମିତି ହେବ କୋଭିଡ ପରୀକ୍ଷା ? ଆଗ୍ରହୀ ନର୍ସିଂହୋମ ଓ ଲାବୋରେଟୋରି ପାଇଁ ସରକାର ଜାରି କଲେ ଗାଇଡଲାଇନ୍: ବଜାରରୁ ରାପିଡ୍ ଆଂଟିଜେନ୍ କିଟ୍ କିଣି କରିପାରିବେ ଟେଷ୍ଟ

ସର୍ତ ପୂରଣ କଲେ ପରୀକ୍ଷା ପାଇଁ ମିଳିବ ଅନୁମତି

343

କନକ ବ୍ୟୁରୋ: ରାଜ୍ୟରେ କରୋନା ପରୀକ୍ଷାକୁ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଯେଉଁ ଘରୋଇ ହସପିଟାଲ୍, ନର୍ସିଂହୋମ, ଲାବୋରେଟୋରିଗୁଡିକ କୋଭିଡ୍ ପରୀକ୍ଷା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ନିୟମାବଳୀ ଜାରି କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ନଜର ପକାନ୍ତୁ କରୋନା ପରୀକ୍ଷା ପାଇଁ କ’ଣ ରହିଛି ସରକାରଙ୍କ ଗାଇଡଲାଇନ୍ ?

• ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଂଟ ଆକ୍ଟରେ ପଂଜିକୃତ ହୋଇଥିବେ

• ପରୀକ୍ଷା କରିବା ପାଇଁ ତାଲିମପ୍ରାପ୍ତ କର୍ମଚାରୀ ରହିଥିବେ

• ଅନୁଷ୍ଠାନଗୁଡିକରେ ସ୍ୱାବ ସଂଗ୍ରହ ପାଇଁ ସ୍ୱତନ୍ତ୍ର କେନ୍ଦ୍ର ଥିବ

• ଆଇସିଏମ୍ଆର ଗାଇଡଲାଇନ୍ ଅନୁସାରେ ସ୍ୱାବ ସଂଗ୍ରହ କରାଯିବ

• ଜିଲ୍ଲା ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସ୍ୱୀକୃତି ମିଳିଥିବ

• ଟେଷ୍ଟିଂ ରିପୋର୍ଟ ଆଇସିଏମଆର ପୋର୍ଟାଲରେ ଅପଲୋଡ୍ କରାଯିବ

• ପ୍ରଥମେ ପ୍ରଶାସନକୁ ରିପୋର୍ଟ ବିଷୟରେ ଅବଗତ କରାଯିବ

• ରାପିଡ୍ ଆଂଟିଜେନ୍ ଟେଷ୍ଟ କିଟ୍ ବଜାରରୁ କିଣି ପରୀକ୍ଷା କରିବେ

• ନିର୍ଦ୍ଧାରିତ ମୂଲ୍ୟ (୪୫୦ଟଙ୍କା) ଧାର୍ଯ୍ୟ କରିବେ

• ଆରଟି-ପିସିଆର ଟେଷ୍ଟ ପାଇଁ ଆରଏମଆରସି/ଏମ୍ସ ଦ୍ୱାରା ତାଲିମ ପାଇଥିବା କର୍ମଚାରୀ ରହିଥିବେ

• ଆଇସିଏମଆର ପ୍ରୋଟୋକଲ ଅନୁଯାୟୀ ଆରଟି-ପିସିଆର ଟେଷ୍ଟ ମେସିନ୍ ସ୍ଥାପନ କରାଯିବ

• ଆରଟି-ପିସିଆର ଟେଷ୍ଟ ପାଇଁ ସରକାର ନିର୍ଦ୍ଧାରିତ କରିଥିବା ମୂଲ୍ୟ ଧାର୍ଯ୍ୟ କରିପାରିବେ