Source:businessinsider.in
୮୦ ଦଶକରୁ ଫିଲ୍ମଷ୍ଟାରମାନେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ୧୯୬୭ରେ ପ୍ରଥମ ଅଭିନେତା ଭାବେ କଙ୍ଗେରା ଜଗେୟାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। ଏହି ତେଲୁଗୁ ଷ୍ଟାର ଓନଗୋଲ୍ରୁ ସାଂସଦ ହୋଇଥିଲେ। ୧୯୮୪ରେ ଅମିତାଭ ବଚ୍ଚନଙ୍କୁ ନିର୍ବାଚନ ମଇଦାନକୁ ଆଣିଥିଲା କଂଗ୍ରେସ । ସେ ଆହ୍ଲାବାଦରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ। ସେହିପରି ୧୯୮୪ରେ ମଧ୍ୟ ସୁନିଲ ଦତ୍ତ କଂଗ୍ରେସ ଟିକେଟରେ ଉତ୍ତର ପଶ୍ଚିମ ବମ୍ବେରୁ ନିର୍ବାଚନ ଲଢ଼ିଥିଲେ। ୧୯୮୪ରେ ରାଜନୀତିକୁ ଆସିଥିବା ଅନ୍ୟ ଜଣେ ଫିଲ୍ମଷ୍ଟାର ହେଉଛନ୍ତି ବୈଜୟନ୍ତିମାଳା। ସେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ।
୧୯୯୧ରେ ରାମାୟଣ ସିରିଏଲ ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ସେ ବରୋଦାରୁ ନିର୍ବାଚନ ଲଢ଼ିଥିଲେ। ସେହିପରି ରାମାୟଣରେ ରାବଣ ଭୂମିକା ନିର୍ବାହ କରିଥିବା ଗୁଜରାଟୀ ଅଭିନେତା ଅରବିନ୍ଦ ତ୍ରିବେଦୀ ମଧ୍ୟ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ୧୯୯୧ରେ ପୂର୍ବ ବଲିଉଡ୍ ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ମହାଭାରତରେ କୃଷ୍ଣ ଚରିତ୍ରରେ ଥିବା ନୀତୀଶ ଭରଦ୍ବାଜଙ୍କୁ ବିଜେପି ୧୯୯୬ରେ ପ୍ରାର୍ଥୀ କରିଥିଲା। ବିନୋଦ ଖାନ୍ନା ମଧ୍ୟ ବିଜେପି ଦ୍ବାରା ରାଜନୀତିକୁ ଆସିଥିଲେ।
ସେହିପରି କେ ସତ୍ୟନାରାୟଣ (ଟିଡିପି), କୃଷ୍ଣମ୍ ରାଜୁ (ବିଜେପି), ଅମ୍ବରିଶ (ଜନତା ଦଳ ଏବଂ କଂଗ୍ରେସ), ଶତ୍ରୁଘ୍ନ ସିହ୍ନା (ବିଜେପି), ରାଜ ବବ୍ବର (ଏସପି/କଂଗ୍ରେସ), ଜୟା ପ୍ରଦା (ଏସପି), ଗୋବିନ୍ଦା (କଂଗ୍ରେସ), ଧର୍ମେନ୍ଦ୍ର (ବିଜେପି), ରାମ୍ୟ ଦିବ୍ୟା ସ୍ପନ୍ଦନା (କଂଗ୍ରେସ), ବିଜୟା ଶାନ୍ତି (ଟିଆରଏସ୍) , ସନ୍ଧ୍ୟା ରାୟ (ଟିଏମସି), ହେମା ମାଳିନୀ (ବିଜେପି), ପରେଶ ରାୱଲ (ବିଜେପି), ବାବୁଲ ସୁପ୍ରିୟୋ (ବିଜେପି) ଦୀପକ ଦେବ ଅଧିକାରୀ (ଟିଏମସି), କିରନ ଖେର (ବିଜେପି), ମନୋଜ ତିୱାରୀ (ବିଜେପି) ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି।
Follow Us