କନକ ବ୍ୟୁରୋ : ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାରା ଦେଶରେ ଏବେ ନିର୍ବାଚନୀ ଉଷ୍ମତା । ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ସପକ୍ଷରେ ଜନମତକୁ ଆଣିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଛନ୍ତି । ତେବେ ନିର୍ବାଚନ ମଇଦାନକୁ ଚଳଚ୍ଚିତ୍ର ତାରକା ଏବଂ ଖେଳାଳିମାନେ ଆସିବା କିଛି ନୂଆ କଥା ନୁହେଁ। ପ୍ରତି ଥର ନିର୍ବାଚନରେ କିଛି ନୂଆ ମୁହଁ ଦେଖିବାକୁ ମିଳୁଛି। ଲୋକପ୍ରୀୟ ଫିଲ୍ମଷ୍ଟାରମାନଙ୍କୁ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳୁଛି ଏବଂ ନିର୍ବାଚନ ପ୍ରଚାରରେ ମଧ୍ୟ ସେମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ତେବେ ପ୍ରଥମେ କଂଗ୍ରେସ ଦ୍ବାରା ଏହି ଟ୍ରେଣ୍ଡ୍ ଆରମ୍ଭ ହୋଇଥିଲା। ଏବେ ବିଜେପି ଏବଂ ଟିଏମସି ସମେତ ଅନ୍ୟ ଦଳଗୁଡ଼ିକ ମଧ୍ୟ ସେଲିବ୍ରିଟିଙ୍କୁ ନିର୍ବାଚନ ମଇଦାନକୁ ଆଣୁଛନ୍ତି।
/kanak/media/post_attachments/wp-content/uploads/2017/05/Amitav-Bacha.jpg)
businessinsider.in
୮୦ ଦଶକରୁ ଫିଲ୍ମଷ୍ଟାରମାନେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ୧୯୬୭ରେ ପ୍ରଥମ ଅଭିନେତା ଭାବେ କଙ୍ଗେରା ଜଗେୟାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। ଏହି ତେଲୁଗୁ ଷ୍ଟାର ଓନଗୋଲ୍ରୁ ସାଂସଦ ହୋଇଥିଲେ। ୧୯୮୪ରେ ଅମିତାଭ ବଚ୍ଚନଙ୍କୁ ନିର୍ବାଚନ ମଇଦାନକୁ ଆଣିଥିଲା କଂଗ୍ରେସ । ସେ ଆହ୍ଲାବାଦରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ। ସେହିପରି ୧୯୮୪ରେ ମଧ୍ୟ ସୁନିଲ ଦତ୍ତ କଂଗ୍ରେସ ଟିକେଟରେ ଉତ୍ତର ପଶ୍ଚିମ ବମ୍ବେରୁ ନିର୍ବାଚନ ଲଢ଼ିଥିଲେ। ୧୯୮୪ରେ ରାଜନୀତିକୁ ଆସିଥିବା ଅନ୍ୟ ଜଣେ ଫିଲ୍ମଷ୍ଟାର ହେଉଛନ୍ତି ବୈଜୟନ୍ତିମାଳା। ସେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ।
/kanak/media/post_attachments/wp-content/uploads/2019/03/download-12.jpg)
/kanak/media/post_attachments/wp-content/uploads/2019/03/download-1-5.jpg)