ଓୱେସୀଙ୍କ ଗଡ଼ରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ: କହିଲେ, ହାଇଦ୍ରାବାଦର ସହରର ନାଁ କାହିଁକି ହୋଇପାରିବ ନାହିଁ ଭାଗ୍ୟନଗର

ମହାନଗର ନିଗମ ନିର୍ବାଚନ ପୂର୍ବରୁ ଯୋଗୀଙ୍କ ବିରାଟ ରୋଡ୍ ସୋ,କହିଲେ, ବିଜେପକୁ ଭୋଟ୍ ଦେଲେ ସବୁ ସମ୍ଭବ

300

କନକ ବ୍ୟୁରୋ: ଏମଆଇଏମ୍ ନେତା ଓୱେସୀଙ୍କ ଗଡ଼ରେ ବର୍ଷିଲେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନ ପୂର୍ବରୁ ହାଇଦ୍ରାବାଦରେ ପହଂଚି ବିଶାଳ ରାଲି କରିଛନ୍ତି ଯୋଗୀ ଆଦିତ୍ୟନାଥ । ସେଠି ବିଜେପି ସପକ୍ଷରେ ପ୍ରଚାର କରିବା ସହ ଏମ୍ଆଇଏମ୍ ନେତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ବିହାରର ଜଣେ ନବ ନିର୍ବାଚିତ ଏମ୍ଆଇଏମ୍ ବିଧାୟକ ହିନ୍ଦୁସ୍ତାନ ଶବ୍ଦ କହି ଶପଥ ନେବା ପାଇଁ ଯେଉଁ ବାରଣ କରିଥିଲେ, ସେହି କଥା ଉଠାଇ ଓୱେସୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେହିପରି ହାଇଦ୍ରାବାଦର ସହରର ନାଁ କାହିଁକି ଭାଗ୍ୟନଗର ହୋଇପାରିବ ନାହିଁ ବୋଲି କହିଛନ୍ତି । ଉତରପ୍ରଦେଶରେ ବିଜେପି କ୍ଷମତାକୁ ଆସିବା ପରେ ଫୈଜାବାଦ ଅଯୋଧ୍ୟା ହୋଇପାରିଲା, ଅହ୍ଲାବାଦ ପ୍ରୟାଗରାଜ ହୋଇପାରିଲା । ତେବେ ହାଇଦ୍ରାବାଦ କାହିଁକି ଭାଗ୍ୟନଗର ହୋଇପାରିବ ନାହିଁ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।