କନକ ବ୍ୟୁରୋ : ସାଇବର ଠକାମିରେ ପଡ଼ିଗଲେ ଏକାଧିକ ଆଇନଜୀବୀ । ଦିନକୁ ଦିନ ସାଇବର ଠକାମୀର କଳାକାରନାମା ବଢ଼ିବାରେ ଲାଗିଛି । କେତେବେଳେ କିପରି କାହାପାଖରୁ ଟଙ୍କା ଲୁଟି ନେଇ ଯାଉଛନ୍ତି ତାହା ଜାଣିବା କଷ୍ଟ କର ହୋଇ ପଡ଼ୁଛି ।ଏବେ ଏହି ଠକାମିର ଶିକାର ହୋଇଛନ୍ତି ଆଇନ ଜୀବି । ଜଣେ କି ୨ ଜଣ ନୁହଁ କୋରାପୁଟ ଓ ମାଲକାଲକାନ ଗିରି ଜିଲ୍ଳାର ଏକାଧିକ ଆଇଜିବି ଏବେ ଏହି ଠକାମିର ଶିକାର ହୋଇଛନ୍ତି । ସାହାଯ୍ୟ କରିବାକୁ ଯାଇ ଲୁଟି ହୋଇଗଲେ । କାହା ପାଖରୁ ୨୦ ହଜାର ତ କାହା ପାଖରୁ ୩୦ ହଜାର ଟଙ୍କା ଏପରିକି ଲକ୍ଷାଧିକ ଟଙ୍କା ଲୁଟି ନେଇ ଗଲେଣି ଏହି ସାଇବର ଅପରାଧି ।
ସାଇବର ଠକଙ୍କ ହାବୁଡରେ ପଡିଗଲେ ଆଇନଜୀବୀ, ଅନଲାଇନରେ ସାହାଯ୍ୟ କରି ଠକେଇର ଶିକାର ହୋଇଛନ୍ତି ଏକାଧିକ ଓକିଲ
/kanak/media/post_attachments/wp-content/uploads/2023/07/37-8.jpg)