କନକ ବ୍ୟୁରୋ: ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ କନକ ନ୍ୟୁଜରେ ମୁହଁ ଖୋଲିଲେ ବାନ୍ଧବୀ ସୋମାଲିକା । ସେ କହିଛନ୍ତି ମୁଁ ନ୍ୟାୟ ଚାହେଁ । ପୁଲିସ ଉପରେ ଚାପ ରହୁଥିଲା ବୋଲି ମାମଲା ରୁଜୁ ହେଉନଥିଲା । ଜୀବନରୁ ମାରିଦେବାକୁ ଧମକ ମଧ୍ୟ ମିଳୁଥିଲା । ତଦନ୍ତ ହେଲେ ସବୁକଥା ସାମ୍ନାକୁ ଆସିପାରିବ । ଦୋଷୀ ଦଣ୍ଡ ପାଉ ମୁଁ ନ୍ୟାୟ ଚାହେଁ ବୋଲି ସୋମାଲିକା କହିଛନ୍ତି ।
ସେ କହିଛନ୍ତି, ମୁଁ ଅଭିଯୋଗ କରିବାର ୧୦ ମାସ ପରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହେଲାନି । ବିଜୟ ଶଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ରଖିଛନ୍ତି । ପୁଲିସ କାର୍ଯ୍ୟାନୁଷ୍ଠାନ ନନେଲେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେବି । ତାଙ୍କୁ ବିଜୟ ଶଙ୍କର ଧମକ ମଧ୍ୟ ଦେଇଛନ୍ତି ଯେ ଶାସକ ଦଳରେ ଅଛି ମୋର କିଛି ହେବନାହିଁ ।
Follow Us