କନକ ବ୍ୟୁରୋ : ବଢିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ । କଟକ ସବରେଜିଷ୍ଟ୍ରୀ ଅଫିସରେ ବାନ୍ଧବୀ ସୋମାଲିକା ଅଭିଯୋଗ କରିଛନ୍ତି । ବିଜୟଶଙ୍କରଙ୍କ ଆବେଦନ ଉପରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । ଲିଖିତ ଅଭିଯୋଗ ପରେ ସୋମାଲିକା ପ୍ରତିକ୍ରିୟା ଦେଇଛନ୍ତି । କହିଲେ ବିଜୟଶଙ୍କରଙ୍କ ଆବେଦନ ଉପରେ ଅଭିଯୋଗ କରିଛି ।
ମୋତେ ନ୍ୟାୟ ମିଳିନି, ଆଉ ଜଣଙ୍କୁ ବାହା ହେବାକୁ ବସିଲେଣି । ଲୁଚିଛପି ଏଭଳି କରିଛନ୍ତି, ମିଡିଆରୁ ଜାଣିଲି । ବିଧାୟକ ତାଙ୍କ ପାୱାରରେ ଏଭଳି କରୁଛନ୍ତି । ପାର୍ଟି ପାୱାର ପାଇଁ ପୋଲିସ ତାଙ୍କ ପ୍ରତି ଆକ୍ସନ ନେଉନି । ମୋର ବାରମ୍ବାର ବୟାନ ରେକର୍ଡ ହେଉଛି । ବିଜୟଶଙ୍କରଙ୍କ ପାଇଁ କ’ଣ କିଛି ନାହିଁ । ପୋଲିସ ମୋତେ ହାରାସ କରୁଛି, ମୁଁ ଡିପ୍ରେସନରେ ଗଲିଣି ।