ବିଧାୟକ ବିଜୟ ଶଙ୍କର ଦାସଙ୍କ ପିଛା ଛାଡୁନି ବିବାଦ । ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବାନ୍ଧବୀ ସୋମାଲିକା । କହିଲେ, କୋର୍ଟକୁ ଦେଇଛନ୍ତି ଭୁଲ୍ ତଥ୍ୟ

385

କନକ ବ୍ୟୁରୋ: ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ସବ ରେଜଷ୍ଟ୍ରାର କୋର୍ଟରେ ଦାଖଲ କରିଛନ୍ତି ତଥ୍ୟ । ଆଉ ଏଥିରେ ବିଜୟଙ୍କ ବାନ୍ଧବୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋମାଲିକା । କୋର୍ଟରେ ସୋମାଲିକା ଦର୍ଶାଇଛନ୍ତି, ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତା ଓ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । ହେଲେ କୋର୍ଟ ଆବେଦନରେ ଯୁବତୀ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି । ସଂପୃକ୍ତ ଯୁବତୀ ଯାହାକୁ ବିବାହ କରିଥିଲେ ସେଥିରେ ନିଜେ ସାକ୍ଷୀ ପଡିଥିଲେ ବିଜୟ ଶଙ୍କର । ତେଣୁ କୋର୍ଟକୁ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ସୋମାଲିକା ।

  • ବିଧାୟକଙ୍କ ବିବାହ ବିବାଦ
  • କୋର୍ଟଙ୍କୁ ଦିଆଯାଇଛି କି ଭୁଲ ତଥ୍ୟ?
  • ସୋମାଲିକା ଆଣିଲେ ସାଂଘାତିକ ଅଭିଯୋଗ

ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସ ଭୁବନେଶ୍ୱରର ଜଣେ ଯୁବତୀଙ୍କୁ ବିବାହ କରିବାକୁ କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବଦେନ କରିଛନ୍ତି । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ସୋମାଲିକା । କଟକ ସବ ରେଜିଷ୍ଟ୍ରାର ଅଫିସରେ ଲିଖିତ ଅଭିଯୋଗ ଆଣି ବିବାହ ବନ୍ଦ କରିବାକୁ ସେ ଦାବି କରିଛନ୍ତି । ମଙ୍ଗଳବାର ସୋମାଲିକା ସବରେଜିଷ୍ଟ୍ରାର କୋର୍ଟରେ ହାଜର ହୋଇଥିଲେ । ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୩୦ ତାରିଖରେ ହେବ ।

ବିଧାୟକଙ୍କ ବିବାହ ବନ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇସାରିଛନ୍ତି ସୋମାଲିକା ଦାସ । ପୂର୍ବରୁ ଜଗତସିଂହପୁର ସବ ରେଜିଷ୍ଟ୍ରାର ଅଫିସରେ ସୋମାଲିକାଙ୍କୁ ବିବାହ ପାଇଁ ଆବେଦନ କରିଥିଲେ ବିଧାୟକ ବିଜୟଶଙ୍କର । ବିବାହ ଦିନ ସେ ସବ-ରେଜିଷ୍ଟ୍ରାର ଅଫିସକୁ ଆସିନଥିଲେ । ଏନେଇ ବିଜୟଶଙ୍କରଙ୍କ ବିରୋଧରେ ମାମଲା କରିଛନ୍ତି ସୋମାଲିକା । ମାମଲାର ଫଇସଲା ହୋଇନଥିବାବେଳେ ପୁଣି ବିଧାୟକଙ୍କ ବିବାହ ଆବେଦନ ବିବାଦ ସୃଷ୍ଟି କରିଛି ।