ସାଲିସ୍ ପାଇଁ ସୋମାଲିକାଙ୍କୁ ଫୋନରେ ଧମକ। ସାମ୍ନାକୁ ଆସିଲା ବିଧାୟକ ପ୍ରତିନିଧିଙ୍କ ଫୋନ୍ କଲର ଅଡିଓ।

3,891

କନକ ବ୍ୟୁରୋ: ଥମୁନି ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ଏବଂ ତାଙ୍କ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ । ବ୍ୟକ୍ତିଗତ ସମ୍ପର୍କକୁ ନେଇ ଉଠିଥିବା ଝଡ଼ ଥମୁନଥିବା ବେଳେ ଆଜି ଏକ ଅଡିଓ କ୍ଲିପ ସାମ୍ନାକୁ ଆସିଛି । ଯେଉଁଥିରେ ବିଧାୟକ ବିଜୟଶଙ୍କର ଜଣେ ପ୍ରତିନିଧି ଫୋନ୍ କରି ସୋମାଲିକା ଦାଶଙ୍କ କମ୍ପ୍ରୋମାଇଜ୍ କରିବା ପାଇଁ ଫୋନରେ ତାଗିଦ କରୁଛନ୍ତି । କହୁଛନ୍ତି- ଭୁଲ କେବଳ ବିଧାୟକଙ୍କ ନଥିବ, ତୁମର ବି ଭୁଲ ଥିଲା । ତେଣୁ କମ୍ପ୍ରୋମାଇଜ୍ କରିବା ପାଇଁ ଚାହୁଁଛନ୍ତି କି ବୋଲି ଫୋନରେ ସୋମାଲିକାଙ୍କୁ ପ୍ରଶ୍ନ କରୁଛନ୍ତି ।

ଏହି ପ୍ରଶ୍ନର ଜବାବରେ ସୋମାଲିକା, ସେହି ବ୍ୟକ୍ତିଙ୍କୁ ପାଲଟା ପ୍ରଶ୍ନ କରୁଛନ୍ତି- ଆପଣଙ୍କ ଝିଅ ସହ ଏଭଳି ଘଟିଥିଲେ, ଆପଣ କମ୍ପ୍ରୋମାଇଜ୍ କରିବା ପାଇଁ ରାଜି ହୋଇଥାନ୍ତେ କି?