ବାଂଲାଦେଶୀ କାର୍ଗୋ ସିପ ଏମ.ଭି ଅବଦୁଲ୍ଲାଙ୍କୁ ଭାରତ ମହାସାଗରରେ କିଛି ସୋମାଲି ସମୁଦ୍ର ଡାକୁମାନେ ଅପହରଣ କରି ନେଇଥିଲେ । ଯାହାକୁ ନେଇ ଭାରତୀୟ ନୌସେନା ପ୍ରତିକ୍ରିୟା ରଖିଛି । ମିଶନରେ ନିୟୋଜିତ ଯୁଦ୍ଧ ଜାହାଜ ଏବଂ LRMP ଡକାୟତି ଆକ୍ରମଣର ଜବାବ ଦେଇଛି । ଏହି ଘଟଣା ସୋମାଲିଆର ରାଜଧାନୀ ମୋଗାଡିଶୁଠାରୁ ପ୍ରାୟ ୬୦୦ ନଟିକାଲ୍ ମାଇଲ୍ ପୂର୍ବରେ ଘଟିଥିଲା ।

​ଭାରତ ମହାସାଗରରେ ସମୁଦ୍ରି ଲୁଟେରାମାନଙ୍କ ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ପୁଣି ଥରେ ଏକ ମାଲବାହୀ ଜାହାଜକୁ ଅପହରଣ କରାଯାଇଛି । ମୋଜାମ୍ବିକର ମାପୁଟୋ ବନ୍ଦରରୁ ୟୁଏଇର ଅଲ ହାମରିଆ ବନ୍ଦର ପର୍ଯ୍ୟନ୍ତ ବାଂଲାଦେଶୀ କାର୍ଗୋ ସିପ  ଏମ.ଭି ଅବଦୁଲ୍ଲା ଡକାୟତମାନଙ୍କ ଦ୍ୱାରା ଅପହରଣ ହୋଇଛି । ଏହି ଜାହାଜରେ ପ୍ରାୟ ୫୮,୦୦୦  ଟନ୍ କୋଇଲା ପରିବହନ ହେଉଥିବା କୁହାଯାଉଛି । ସୂଚନାନୁସାରେ, କିଛି ସୋମାଲି ସମୁଦ୍ରି ଡାକୁମାନେ ମାଲବାହୀ ଜାହାଜକୁ ଅପହରଣ କରି ନେଇଛନ୍ତି । ଏହି ଘଟଣା ସୋମାଲିଆର ରାଜଧାନୀ ମୋଗାଡିଶୁଠାରୁ ପ୍ରାୟ ୬୦୦ ନଟିକାଲ୍ ମାଇଲ୍ ପୂର୍ବରେ ଘଟିଥିବାର ଜଣାପଡିଛି ।

ଏହି ଜାହାଜ ବାଂଲାଦେଶୀ SR ସିପିଂ କମ୍ପାନୀର ଅଟେ ।  ଯାହା ଚାଟଗ୍ରାମ୍ ଭିତ୍ତିକ କବୀର ଷ୍ଟିଲ୍ ଏବଂ ରେରୋଲିଂ ମିଲ୍ ଗ୍ରୁପ୍ (KSRM) ର ଏକ ସହାୟକ କମ୍ପାନୀ ଅଟେ ।  ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଡଙ୍ଗାରେ ୨୩ ଜଣ ସଦସ୍ୟ ଥିଲେ । ଡକାୟତମାନେ ଜାହାଜକୁ ନିଜ ନିୟନ୍ତ୍ରଣକୁ ନେଇଥିବା ବେଳେ ଜାହାଜର କ୍ୟାବିନ ଭିତରେ କ୍ରୁ ସଦସ୍ୟମାନେ ସୁରକ୍ଷିତ ଥିବା କୁହାଯାଉଛି ।  ଚାଳକଦଳକୁ ବନ୍ଧକ କରି ରଖିଛନ୍ତି କେଏସଆରଏମ ମିଡିଆ ପରାମର୍ଶଦାତା ମିଜାବୁଲ ଇସଲାମ କହିଛନ୍ତି ଯେ କ୍ରୁ ସଦସ୍ୟମାନଙ୍କୁ ଡକାୟତମାନେ ବନ୍ଧକ ରଖିଥିଲେ କିନ୍ତୁ କ୍ୟାବିନ ଭିତରେ ସୁରକ୍ଷିତ ଥିଲେ।

ବାଂଲାଦେଶ ମର୍ଚାଣ୍ଟ ମେରାଇନ୍ ଅଫିସର୍ସ ଆସୋସିଏସନ୍ ସଭାପତି କ୍ୟାପଟେନ୍ ଅନାମ ଚୌଧୁରୀ କହିଛନ୍ତି ଯେ କର୍ମଚାରୀମାନେ ହ୍ଵାଟ୍ସଆପ୍ ବାର୍ତ୍ତା ପଠାଇ ସାହାଯ୍ୟ ମାଗିଛନ୍ତି ।ଡକାୟତି ଆକ୍ରମଣର ପ୍ରତିକ୍ରିୟା  ଏଥି ସହିତ ଭାରତୀୟ ନୌସେନାର ମିଶନରେ ନିୟୋଜିତ ଯୁଦ୍ଧ ଜାହାଜ ଏବଂ LRMP ଡକାୟତି ଆକ୍ରମଣର ଜବାବ ଦେଇଛି । ସେନା ପକ୍ଷରୁ ସୂଚନା ପାଇବା ପରେ ତୁରନ୍ତ LRMP ନିୟୋଜିତ କରାଯାଇଥିଲା ଏବଂ ୧୨ ମାର୍ଚ୍ଚ ସନ୍ଧ୍ୟାରେ MV ଖୋଜିବା ପରେ ଜାହାଜର କ୍ରୁ ସଦସ୍ୟଙ୍କ ସ୍ଥିତି ଜାଣିବା ପାଇଁ ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ଜାହାଜରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।