କନକ ବ୍ୟୁରୋ : ଘଡ଼ଘଡ଼ି ବର୍ଷା ରାତିରେ ବୁଲି ଲୋକଙ୍କ ସମସ୍ୟା ସମାଧାନ କଲେ ପୌରାଧ୍ୟକ୍ଷା । ଲଗାଣ ବର୍ଷାରେ ବଲାଙ୍ଗୀର ସହରର ବିଭିନ୍ନ ୱାର୍ଡରେ ପାଣି ଜମି ରହିଥିଲା । ଘରୁ ବାହାରିବା ଲୋକଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଥିଲା । ଏଭଳି ପରିସ୍ଥିତିରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଥିଲେ ବଲାଙ୍ଗୀର ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ ।

Advertisment

ରାତିରେ ବର୍ଷାରେ ସାହିକୁ ସାହି ବୁଲି କିଭଳି ପାଣି ନିଷ୍କାସନ ହେବ, ଲୋକଙ୍କ ଘରକୁ କେମିତି ପାଣି ପଶିବନି ସେଦିଗରେ କାମ କରିଥିଲେ । ଶେଷରେ ଅଗ୍ନିଶମ ବିଭାଗ ସହାୟତା ନିଆଯାଇଥିଲା ଓ ପାଣି ନିଷ୍କାସନ ହୋଇଥିଲା । ସହର ବିଭିନ୍ନ ସ୍ଥାନରେ ଡ୍ରେନରୁ ଅଳିଆ କଢ଼ାଯାଇନଥିବା ବେଳେ ବହୁସ୍ଥାନରେ ଆଗରୁ ସମସ୍ୟା ରହିଥିଲା । ହେଲେ ଖରା ଦିନରେ ମରାମତି କାମ କରାଯାଇନଥିବାରୁ ବର୍ଷା ହେଲେ ସହରର ବିଭିନ୍ନ ତଳିଆ ଅଞ୍ଚଳର ଲୋକ ହଇରାଣ ହେଉଛନ୍ତି ।