କନକ ବ୍ୟୁରୋ: ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ହାଇକୋର୍ଟର୍ଙ୍କ ନିର୍ଦ୍ଦେଶ । ଆପୋଷ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ପାଇଁ ନିର୍ଦ୍ଦେଶ ଦେଇଛନ୍ତିା ଅଭିଭାବକ ମହାସଂଘ, ଶିକ୍ଷକ ସଂଘ, ସ୍କୁଲ କତୃପକ୍ଷଙ୍କୁ ନେଇ ବୈଠକ କରିବାକୁ ପରାମର୍ଶ ଦେଇଛନ୍ତି ।
ତେବେ ବୈଠକରେ ନିର୍ଯ୍ୟାସ ନେଇ ଅବଗତ କରାଇବାକୁ ମଧ୍ୟ କୋର୍ଟ କହିଛନ୍ତି । ଆସନ୍ତା ସପ୍ତାହରେ ଏନେଇ ଶୁଣାଣୀ ହେବ ବୋଲି ହାଇକୋର୍ଟ କହିଛନ୍ତି । ଫି ବୃଦ୍ଧି ନେଇ ଅଭିଭାବକ ମହାସଂଘ ହାଇକୋର୍ଟ ଯାଇଥିଲା ।