ଅଯୋଧ୍ୟା ଜମି ବିବାଦ ମାମଲା : ଶୁଣାଣି ଶେଷ, ରାୟ ସଂରକ୍ଷିତ । ମଧ୍ୟସ୍ଥି ପାଇଁ ତିନି ପକ୍ଷଙ୍କୁ ନାଁ ମାଗିଲେ ସୁପ୍ରିମକୋର୍ଟ

154

ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବରୀ ମସଜିଦ୍ ବିବାଦକୁ ନେଇ ଶୁଣାଣି ହୋଇଛି । ପାଖାପାଖି ଦେଢ଼ ଘଂଟାର ଶୁଣାଣି ପରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା ଉପରେ ନିଜର ଫଇସଲା ସୁରକ୍ଷିତ ରଖିଛନ୍ତି । ସେ କହିଛନ୍ତି କି, ସେ ଅତି ଶୀଘ୍ର ଏହାର ଫଇସଲା ଶୁଣାଇବେ । ଏବେ ସେ ସମସ୍ତ ପକ୍ଷକୁ ମଧ୍ୟସ୍ଥି ପାଇଁ କିଛି ନାମ ମାଗିଛନ୍ତି । ତେବେ ସୁପ୍ରିମକୋର୍ଟ ଉଭୟ ପକ୍ଷକୁ କହିଥିଲେ କି, ଯଦି ସମ୍ଭବ ହୋଇପାରେ ତେବେ ମାମଲାକୁ ମଧ୍ୟସ୍ଥି ଦ୍ୱାରା ସମାଧାନ କରାଯାଉ । ସୁପ୍ରିମକୋର୍ଟ ବଡ ଟିପ୍ପଣୀ କରି କହିଛନ୍ତି କି, ଏହା କେବଳ ଜମି ମାମଲା ନୁହେଁ, ବରଂ ଲୋକଙ୍କ ଭାବନା ସହିତ ଜଡିତ ମାମଲା ।

୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସବୁ ପକ୍ଷ ନିଜ ନିଜ ମତ ରଖିଥିଲେ । ପ୍ରଥମେ ପକ୍ଷ ରଖି ହିନ୍ଦୁ ମହାସଭା ଆଲୋଚନାକୁ ବିରୋଧ କରିଥିଲା । ମହାସଭାର ଓକିଲ କୋର୍ଟରେ କହିଥିଲେ, ସବୁ ପକ୍ଷ ଆଲୋଚନାକୁ ହଁ କଲେ ବି ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେ ନାହିଁ । ଏହା ଉପରେ ଜଷ୍ଟିସ ଏସ.ଏ.ବାବଡେ କହିଥିଲେ, ମାମଲା ସାଧାରଣ ଲୋକଙ୍କ ଭାବନା ସହ ଜଡିତ ଅଛି । ତେଣୁ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେଉ । ସେ କହିଥିଲେ, ଆମେ ପୂର୍ବ କଥା କହିବା ନାହିଁ । ବର୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା କରିବା । ଯଦି ମଧ୍ୟସ୍ଥତାର କଥା ଆସୁଛି, ତାହାହେଲେ କୋର୍ଟ ଏଥିରେ କିଛି କହିବେ ନାହିଁ । ସମସ୍ତ ପକ୍ଷଙ୍କୁ ନୋଟିସ ଦିଆଗଲେ ମାମଲା ବର୍ଷ ବର୍ଷ ଧରି ଚାଲିବ ।