ଦେଶର ପ୍ରତିଟି ନାଗରିକ ଯେତେବେଳେ ଘରେ ଆରାମରେ ଶୋଇଥାଏ ସେତେବେଳେ ଆଭିଜାତ୍ୟ ଜୀବନରୁ ବହୁ କୋଶ ଦୂର ସିଆଚିନ୍ ରେ ରାତିଦିନ ଅହରହ ଠିଆ ହୋଇ ଭାରତର ଯବାନ୍ ଭାରତମାତା ଏବଂ ଭାରତୀୟଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ୟମ ଚଳାଇଥାନ୍ତି । ହାଡଭଙ୍ଗା ଶୀତ ତ ଦୂରର କଥା ଯେଉଁଠାରେ ପବନ ମଧ୍ୟ ପାଲଟିଯାଏ ବରଫ,ରକ୍ତକୁ ଜମାଇଦେଲା ଭଳି ଥଣ୍ଡା,ଯେଉଁଠାରେ ପାଣି ବି ଚା’ ଭଳି ଶୋଷି ପିଇବାକୁ ପଡେ ଆଉ ଖାଦ୍ୟ ଯେଉଁଠି ପଥର ଭଳି ଲାଗେ ଏଭଳି ସ୍ଥାନରେ ରହି କିଭଳି ଏହି ବୀର ଯବାନ୍ ନିଜ ଜୀବନ ବଞ୍ଚାନ୍ତି? ତେବେ ଆସନ୍ତୁ ଆଜି ଏହି ବୀର ଯବାନ୍ ବୀର ଗାଥା ଉପରେ ନଜର ପକାଇବା ।

Advertisment

publive-image

ମାଇନସ୍ ୨୫ ରୁ ୭୫ ତଳକୁ ଥିବା ତାପମାନ ଯେଉଁଠି ମଣିଷର ଶରୀର ଏଭଳି ଭାବେ ଥଣ୍ଡାର ଆକ୍ରୋଶରେ ଆସେ ଯେ କେବଳ ମୃତ୍ୟୁ ହିଁ ଏକମାତ୍ର ବାଟ ପାଲଟେ । କେବଳ ଏତିକି ନୁହଁ ସିଆଚିନ୍ ରେ ପାକିସ୍ତାନ ସୈନ୍ୟଙ୍କ ସହ ଲଢିବା ପାଇଁ ଭାରତୀୟ ଯବାନ୍ ୨୨ ହଜାର ଉଚ୍ଚରେ ଯେଉଁଠି ଠିଆ ହୁଅନ୍ତି ସେଠାରେ ଅମ୍ଲଜାନ ନେବା ବି କଷ୍ଟକର ହୋଇପଡେ । ଯବାନଙ୍କ ତେନାଦ୍ ପାଇଁ ଏଠାରେ ତିନୋଟି ଶିଖର ରହିଛି ସବୁଠାରୁ ଖତରନାକ ଶିଖର ହେଉଛି ନର୍ଦନ ଗ୍ଲାସିୟର । ଏଠାରେ ସୈନିକଙ୍କୁ ୩ ମାସ ଧରି ଲଗାତାର ବରଫର ଚାଦର ଘୋଡାଇ ହୋଇ ଦେଶକୁ ସୁରକ୍ଷା ଦେବାକୁ ପଡିଥାଏ । ତେବେ ଭୀଷଣ ଥଣ୍ଡା ଦାଉରୁ ଟେଣ୍ଟକୁ ଗରମ ଦେବା ପାଇଁ ବୁଖାରୀ ନାମକ ଏକ ଗରମ ପଦାର୍ଥ ଦିଆଯାଏ । ଏଥିରେ ଲୁହାର ସିଲିଣ୍ଡରରେ କିରାସିନି ଢାଳି ଜଳାଇ ଦିଆଯାଏ । ଏହି ପ୍ରଣାଳୀରେ ସିଲିଣ୍ଡର ଲାଲ୍ ହୋଇ ଗରମ ହୋଇଯାଏ ଯାହାଦ୍ୱାରା ଟେଣ୍ଟ ମଧ୍ୟ ଗରମ ହୋଇଯାଏ । ଏଠାରେ ଗାଧୋଇବା ତ ଦୂରର କଥା ଆପଣ  ଚିନ୍ତା ବି କରିପାରିବେ ନାହିଁ ଏବଂ ଦାଢି ମଧ୍ୟ କାଟିବାକୁ ମନା କରାଯାଏ । ଏଠାରେ ତ୍ୱଚା ଏତେ ନରମ ହୋଇଯାଏ ଯେ ଦାଢି କାଟିବା ବେଳେ ତ୍ୱଚା କଟିଯିବାର ଭୟ ଲାଗେ ଯାହା କମିବା ବଦଳରେ ଅଧିକ ବଢିଯାଏ । ତେବେ ଏଠାର ଉଭୟ ପଟେ ପାକିସ୍ତାନ ଏବଂ ଭାରତ ସୈନ୍ୟଙ୍କ କବଜା ଥାଏ ଏବଂ ଦ୍ୱିବାହିନୀଙ୍କ ପାଇଁ ଏହି ସ୍ଥାନ ବିପଦଜନକ ସାବ୍ୟସ୍ତ ହୁଏ । ଦିନରେ ୦ ରୁ ୨୫ ଡିଗ୍ରୀ ତଳେ ତ ରାତିରେ ପାରଦ ୫୦ ଡିଗ୍ରୀ ତଳକୁ ଖସିଯାଏ ।

publive-image