କନକ ବ୍ୟୁରୋ : ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ମିଳିଲା ଝୁଲନ୍ତା ଅବସ୍ଥାରେ ମୃତଦେହ । ପରିବାର ଆଣିଲା ହତ୍ୟା ଅଭିଯୋଗ । ସପ୍ତମ ବାଟାଲିୟନର ସିପାହୀ ଦୁର୍ଯ୍ୟୋଧନ ମହାନ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ନିଆଳିର ବିଳାଶୁଣିରେ ଦୁର୍ଯ୍ୟୋଧନଙ୍କ ଘର । ସେ ୨୦୦୨ ବ୍ୟାଚର ସିପାହୀ ଥିଲେ । ଗଛରେ ଦଉଡି ଲଗାଇ ମୃତ୍ୟୁ ବରଣ କରିଛନ୍ତି । ଘଟଣାକୁ ନେଇ ଛାନଭିନ ଚଳାଇଛି ମୈତ୍ରୀ ବିହାର ଥାନା ପୋଲିସ ।

Advertisment

ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।  ପୋଷ୍ଟମର୍ଟମ ଗୃହ ପାଖେ ପରିବାର ଲୋକ ପହଞ୍ଚି ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଉପରିସ୍ଥ ଅଧିକାରୀଙ୍କ ଚାପ ଥିଲା। ସେ ନେଇ ଅଭିଯୋଗ କରିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ପରିବାର ଲୋକେ । ସେପଟେ ପାରିବାରିକ କନ୍ଦଳ କିଛି ନଥିଲା । ତିନି ଭାଇଙ୍କ ଭିତରେ ଦୁର୍ଯ୍ୟୋଧନ ଥିଲେ ସାନଭାଇ । ବାପା ମା'ଙ୍କ ଦେହାନ୍ତ ପରେ ବଡ଼ଭାଇ ପାନ ବରଜ କରି ଚଳୁଥିବା ବେଳେ ମଝିଆଁ ଭାଇ ବାଙ୍ଗିରିପୋଷିରେ ଅଗ୍ନିଶମ ବିଭାଗରେ କାମ କରୁଥିଲେ । ଦୁର୍ଯ୍ୟୋଧନଙ୍କ ପୁଅ ଅଷ୍ଟମ ଶ୍ରେଣୀ ରେ ପାଠ ପଢୁଛନ୍ତି । କିନ୍ତୁ ବାପାଙ୍କୁ ହରାଇ ଶ୍ରୀହୀନ ହୋଇଯାଇଛି ପରିବାର ।