ତୁମେ ଦେଶ ପାଇଁ ଜୀବନ ଦେଲ …ଆଉ ମୁଁ ତୁମ ପାଇଁ … : ଦେଶ ପାଇଁ ଜୀବନ ଦେଲେ ଯବାନ , ଆଉ ଯବାନ ସ୍ୱାମୀଙ୍କ ପାଇଁ ଜୀବନ ଦେଲେ ସ୍ତ୍ରୀ । ଝାରଖଣ୍ଡରୁ ଆସିଲା ହୃଦୟବିଦାରକ ଘଟଣା । 

1,410

ଦେଶ ପାଇଁ ଜୀବନ ଦେଲେ ଯବାନ , ଆଉ ଯବାନ ସ୍ୱାମୀଙ୍କ ପାଇଁ ଜୀବନ ଦେଲେ ସ୍ତ୍ରୀ  । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଝାରଖଣ୍ଡର ରାଞ୍ଚୀରେ । ଏଠାରେ ଯେତେବେଳେ ସହିଦ୍ ଯବାନଙ୍କ ମରଶରୀର ତ୍ରିରଙ୍ଗାରେ ଘୋଡାଇହୋଇ ବାସଭବନରେ ପହଁଚିଥିଲା ସେତେବେଳେ ଯବାନ୍ ଙ୍କ ସ୍ତ୍ରୀ ହିତାହିତ ଜ୍ଞାନ ଭୁଲି କୂଅକୁ ଡେଇଁ ପଡିଥିଲେ । 

ରାଞ୍ଚୀର ବହେରା ଟୋଲି ଗାଁରେ ଏଭଳି ଏକ ଘଟଣା ଘଟିଛି । ଡିସେମ୍ବର ୩୦ ତାରିଖରେ ଜମ୍ମୁ-କାଶ୍ମୀରରେ  ଡ୍ୟୁଟି କରୁଥିବା ସମୟରେ ବଜରଙ୍ଗ ଉରାଓଁ ସହିଦ୍ ହୋଇଯାଇଥିଲେ । ଏହି ଦୁଃଖଦ ଘଟଣା ଶୁଣିବା ପରେ ପରିବାର ଲୋକ ଏହାକୁ ଅବିଶ୍ୱାସ କରୁଥିଲେ । କିନ୍ତୁ ଯେତେବେଳେ ତ୍ରିରଙ୍ଗାରେ ଘୋଡାହୋଇ ବଜରଙ୍ଗଙ୍କ ମରଶରୀର ତାଙ୍କ ଘରେ ପହଁଚିଲା ସେତେବେଳେ ତାଙ୍କ ସ୍ତ୍ରୀ ମନୀତା ଉରାଓଁ ହିତାହିତ ଜ୍ଞାନ ଭୁଲି କୂଅକୁ ଡେଇଁ ପଡି ମୃତ୍ୟୁବରଣ କରିଥିଲେ । ସୂଚନାନୁସାରେ , ଡ୍ୟୁଟି ସମୟରେ ଘାଟିରୁ ପଡିଯିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା ।

Comments are closed.