ଦେଶ ପାଇଁ ଜୀବନ ଦେଲେ ଯବାନ , ଆଉ ଯବାନ ସ୍ୱାମୀଙ୍କ ପାଇଁ ଜୀବନ ଦେଲେ ସ୍ତ୍ରୀ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଝାରଖଣ୍ଡର ରାଞ୍ଚୀରେ । ଏଠାରେ ଯେତେବେଳେ ସହିଦ୍ ଯବାନଙ୍କ ମରଶରୀର ତ୍ରିରଙ୍ଗାରେ ଘୋଡାଇହୋଇ ବାସଭବନରେ ପହଁଚିଥିଲା ସେତେବେଳେ ଯବାନ୍ ଙ୍କ ସ୍ତ୍ରୀ ହିତାହିତ ଜ୍ଞାନ ଭୁଲି କୂଅକୁ ଡେଇଁ ପଡିଥିଲେ । /kanak/media/post_attachments/wp-content/uploads/2020/01/martyer-300x172.gif)
ରାଞ୍ଚୀର ବହେରା ଟୋଲି ଗାଁରେ ଏଭଳି ଏକ ଘଟଣା ଘଟିଛି । ଡିସେମ୍ବର ୩୦ ତାରିଖରେ ଜମ୍ମୁ-କାଶ୍ମୀରରେ ଡ୍ୟୁଟି କରୁଥିବା ସମୟରେ ବଜରଙ୍ଗ ଉରାଓଁ ସହିଦ୍ ହୋଇଯାଇଥିଲେ । ଏହି ଦୁଃଖଦ ଘଟଣା ଶୁଣିବା ପରେ ପରିବାର ଲୋକ ଏହାକୁ ଅବିଶ୍ୱାସ କରୁଥିଲେ । କିନ୍ତୁ ଯେତେବେଳେ ତ୍ରିରଙ୍ଗାରେ ଘୋଡାହୋଇ ବଜରଙ୍ଗଙ୍କ ମରଶରୀର ତାଙ୍କ ଘରେ ପହଁଚିଲା ସେତେବେଳେ ତାଙ୍କ ସ୍ତ୍ରୀ ମନୀତା ଉରାଓଁ ହିତାହିତ ଜ୍ଞାନ ଭୁଲି କୂଅକୁ ଡେଇଁ ପଡି ମୃତ୍ୟୁବରଣ କରିଥିଲେ । ସୂଚନାନୁସାରେ , ଡ୍ୟୁଟି ସମୟରେ ଘାଟିରୁ ପଡିଯିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/dfef.png)
/kanak/media/post_attachments/wp-content/uploads/2020/01/a1-300x178.jpg)