କ୍ରିକେଟ ଖେଳରୁ ଗଲା ଯବାନଙ୍କ ଜୀବନ । ଖେଳକୁ ନେଇ ଯୁକ୍ତିତର୍କ ,ପରେ ସଂଘବଦ୍ଧ ଆକ୍ରମଣ ।

2,052

କନକ ବ୍ୟୁରୋ: କ୍ରିକେଟ ଖେଳରୁ ମହାଭାରତ, ଯବାନଙ୍କ ମୃତ୍ୟୁ । ସଂଘବଦ୍ଧ ଆକ୍ରମଣରେ ଛୁଟିରେ ଘରକୁ ଆସିଥିବା ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଛତ୍ରପୁର ଅଂଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି । ସୂଚନା ମୁତାବକ, ଛତ୍ରପୁର କାଳୀପଲ୍ଲୀ ଗାଁର ଯବାନ ଡିଲେଶ୍ୱର ପାତ୍ର ଛୁଟି କଟିବାକୁ ଘରକୁ ଆସିଥିଲେ । ଗତ ରବିବାର କ୍ରିକେଟ ମ୍ୟାଚ ଦେଖିବାକୁ ସାଙ୍ଗମାନଙ୍କ ସହ ଗୋପାଳପୁର ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଅନ୍ୟ ଗାଁର ପିଲାମାନଙ୍କ ସହ ଝଗଡ଼ା ହୋଇଥିଲା । ସ୍ଥାନୀୟ ଲୋକଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଖେଳ ସରିବା ପରେ ଡିଲେଶ୍ୱର ଘରକୁ ଫେରୁôଲେ । ଏହି ସମୟରେ ଝଗଡା ହୋଇଥିବା ପିଲାମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଡିଲେଶ୍ୱରଙ୍କ ମୁଣ୍ଡ ଏବଂ କାନରେ ଗଭୀର ଆଘାତ ଲାଗିଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମୁପର ମେଡିକାଲ ପରେ ଭୁବନେଶ୍ୱର ଅଣାଯାଇଥିଲା । ୪ ଦିନ ଧରି ଜୀବନ ସହ ସଂଗ୍ରାମ କରି ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡିଲେଶ୍ୱର । ତେବେ ଏନେଇ ଅଭିଯୋଗ ପରେ ଚମାଖଣ୍ଡି ପୁଲିିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।