ଯବାନମାନଙ୍କ ତ୍ୟାଗର କୌଣସି ତୁଳନା ନାହିଁ। ନିଜ ଜୀବନର ହସ, ଖୁସି, ଉତ୍ସବ ଆଦି ସବୁକୁ ତ୍ୟାଗ କରି ଯିଏ ସୀମାରେ ଦେଶ ପାଇଁ ସଦା ସଜାଗ ରହିଥାନ୍ତି ସିଏ ହେଉଛନ୍ତି ଯବାନ। ପୂର୍ବରୁ ଯବାନମାନଙ୍କ ତ୍ୟାଗର ଅନେକ ଉଦାହରଣ ରହିଛି। ନିକଟରେ ସେହିପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସଭିଙ୍କୁ ତାହା ଚକିତ କରିଛି। ଏକ ଛୋଟ ଭିଡିଓରେ ଦେଖିବାକୁ ମିଳିଛି କି କିଛି ଜଣକ ଭାରତୀୟ ଯବାନ ବରଫରେ କେକ୍ ବନାଇ ଜଣେ ଯବାନଙ୍କ ଜନ୍ମଦିନ ଉତ୍ସବ ମନାଉଛନ୍ତି। ଭିଡିଓଟିଜ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅନେକଙ୍କ ମନ ଜିଣିଛି।
୧୪ ସେକେଣ୍ଡ୍ର ଏହି ଭିିଡିଓଟିକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍ ବିରେନ୍ଦ୍ର ସେହ୍ବାଗ। ସେ ଟ୍ବିଟ୍ କରି ଲେଖିଛନ୍ତି, ‘ଜଣେ ଯବାନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଛେନା କେକ୍କୁ ଭୁଲନ୍ତୁ, ଏହି ସୁନ୍ଦର ବରଫ କେକ୍କୁ ଦେଖନ୍ତୁ ଯାହାକି କେବଳ ଜଣେ ଯବାନ ହିଁ ବୁଝିପାରେ। ସେମାନଙ୍କ ତ୍ୟାଗକୁ ବର୍ଣ୍ଣନା କରିବାକୁ କୌଣସି ଶବ୍ଦ ନାହିଁ।’ ସେହ୍ବାଗଙ୍କର ଏହି ପୋଷ୍ଟ୍କୁ ବହୁତ ଗ୍ରହଣୀୟତା ମିଳିଛି। ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଭିଡିଓଟିକୁ ଦେଖିବାକ ପରେ ଯବାନଙ୍କୁ ଭୁରି ଭୁରି ପ୍ରଶଂସା କରିବାଗରେ ଲାଗିଛନ୍ତି। ଭିଡିଓଟିର ଏବେ ସୁଦ୍ଧା ୬ ଲକ୍ଷ ପାଖାପାଖି ଭିୟୁ ହୋଇ ସାରିଲାଣି।
Follow Us