କନକ ବ୍ୟୁରୋ : ଦିନକ ପରେ ଇସ୍ରୋର ମିଶନ୍ ସନ୍ ବା ସୂର୍ଯ୍ୟ ଯାତ୍ରା ଆରମ୍ଭ ହେବ । ଆଦିତ୍ୟ-ଏଲ-୧ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତର ପ୍ରଥମ ‘ସୂର୍ଯ୍ୟ’ ଯାତ୍ରା ରକେଟ୍ ପିଏସ୍ଏଲଭି-ସି-୫୭ ଉତକ୍ଷେତଣସ୍ଥଳରେ ପହଞ୍ଚି ସାରିଛି । ଗୁରୁବାର ଉତକ୍ଷେପଣର ସମସ୍ତ ରିହର୍ସଲ ଶେଷ ହୋଇଛି । ରକେଟର ସମସ୍ତ ଇଂଟେରିୟର ଯାଞ୍ଚ ମଧ୍ୟ କରାଯାଇଛି । ୨୦୨୩ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଏହାର ଉତକ୍ଷେପଣ କରାଯିବ ।

Advertisment

ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରାଯିବ । ଏହା ପରେ ତିନି କିମ୍ବା ଚାରିଟି କକ୍ଷପଥକୁ ସିଧାସଳଖ ସ୍ଫେୟାର ଅଫ୍ ଇନଫ୍ଲୁଏନ୍ସରୁ ବାହାରକୁ ଅଣାଯିବ । ତା'ପରେ କ୍ରୁଜ୍ ଫେଜ୍ ଆରମ୍ଭ ହେବ । ଏହା ଟିକେ ଲମ୍ବା ପ୍ରକ୍ରିୟା । ଏହାପରେ ଆଦିତ୍ୟ-ଏଲ-୧କୁ ହେଲୋ ଅରବିଟରେ ରଖାଯିବ, ଯେଉଁଠାରେ ଏଲ୍-୧ ପଏଂଟ ରହିଛି । ଏହି ବିନ୍ଦୁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଅବସ୍ଥିତ, କିନ୍ତୁ ସୂର୍ଯ୍ୟଠାରୁ ଏହାର ଦୂରତାର ତୁଳନା ମାତ୍ର ୧ ପ୍ରତିଶତ । ଏହି ଯାତ୍ରା ପାଇଁ ୧୨୭ ଦିନ ସମୟ ଲାଗିବ । ଏହା ଦୁଇଟି ବଡ଼ କକ୍ଷପଥକୁ ଯିବାକୁ ଥିବାୁ ଏହାକୁ ଚ୍ୟାଲେଞ୍ଜିଂ ମିଶନ ହେବ ବୋଲି କୁହାଯାଉଛି ।

ପ୍ରଥମ କଠିନ କକ୍ଷପଥ ହେଉଛି ପୃଥିବୀର ସ୍ଫେୟାର ଅଫ୍ ଇନଫ୍ଲୁଏନ୍ସରୁ ବାହାରକୁ ଯିବା । କାରଣ ପୃଥିବୀ ତା' ଚାରିପାଖରେ ଥିବା ସମସ୍ତ ଜିନିଷକୁ ମାଧ୍ୟାକର୍ଷଣ ବଳରେ ଟାଣି ନେଇଥାଏ । ଏହା ପରେ କ୍ରୁଜ୍ ଫେଜ୍ ଏବଂ ହେଲୋ ଅର୍ବିଟରେ ଏଲ-୧ ପୋଜିସନ୍ କ୍ୟାପଚର ହୋଇଥାଏ । ଯଦି ଏଠାରେ ଏହାର ଗତିକୁ ନିୟନ୍ତ୍ରଣ କରାନଯାଏ, ତେବେ ଏହା ସିଧା ସୂର୍ଯ୍ୟଙ୍କ ନିକଟକୁ ଚାଲିଯିବ, ଏବଂ ଏହା ଜଳି ନଷ୍ଟ ହୋଇଯିବ । ସୂର୍ଯ୍ୟଙ୍କର ନିଜର ଏକ ମାଧ୍ୟକର୍ଷଣ ଶକ୍ତି ଅଛି । ପୃଥିବୀର ମଧ୍ୟ ନିଜର ଏକ ମାଧ୍ୟାକର୍ଷଣ ଶକ୍ତି ଅଛି । ମହାକାଶରେ ଯେଉଁଠି ଏହି ଦୁଇଟିର ମାଧ୍ୟାକର୍ଷଣ ଶକ୍ତି ପରସ୍ପର ସହ ଧକ୍କା ହୁଅନ୍ତି, ସେଠାରୁ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣର ପ୍ରଭାବ ଆରମ୍ଭ ହୋଇଥାଏ ।