କନକ ବ୍ୟୁରୋ : ପୃଥିବୀକୁ ଗୁଡବାଏ କଲା ଆଦିତ୍ୟଏଲ୧ । ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ସୂର୍ଯ୍ୟଯାନ । ଏନେଇ ଇସ୍ରୋ ପକ୍ଷରୁ ଶୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦିଆଯାଇଛି । ଗତକାଲି ରାତି ୨ ଟା ସମୟରେ ପୃଥୀବିରେ ପଞ୍ଚମ କକ୍ଷପକ୍ଷ ପୂରା କରିବା ପରେ ଏଲ୧ ପଏଣ୍ଟ ଆଡକୁ ଲମ୍ପ ପ୍ରଦାନ କରିଛି ଭାରତର ପ୍ରଥମ ସୂର୍ଯ୍ୟଯାନ । ଆଉ ୧୧୦ ଦିନ ପରେ ସୂର୍ଯ୍ୟ ଓ ପୃଥୀବର ମଝି ଏଲ୧ ପଏଣ୍ଟରେ ପହଞ୍ଚିବ ଆଦିତ୍ୟଏଲ୧ । ଯାହା ପୃଥୀବିଠୁ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି । ଗତ ସେପ୍ଟେମ୍ବର ୨ ତାରିଖରେ ଲଞ୍ଚ ହୋଇଥିଲା ଆଦିତ୍ୟଏଲ୧ ।

Advertisment

ସୂର୍ଯ୍ୟର ଫଟୋସ୍ପିୟର, କ୍ରୋମସ୍ପିୟର ଏବଂ କୋରାନା ଉପରେ ଅଧିକ ଅଧ୍ୟୟନ କରିବ ଆଦିତ୍ୟଏଲ୧ । ସେପଟେ ଆଦିତ୍ୟ ଏଲ୧ ସୌର ମିଶନ ମହାକାଶଯାନ ତଥ୍ୟ ସଂଗ୍ରହ ଆରମ୍ଭ କରିଛି । ପୃଥୀବି ଚାରିପଟେ ଥିବା କଣିକାର ବିଶ୍ଳେଷଣ କରିବାରେ ଏହା ବୈଜ୍ଞାନିକମାନଙ୍କୁ ସହାଯ୍ୟ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଆଦିତ୍ୟ-ଏଲ୧ରେ ଥିବା ସେନସର ପୃଥୀବିଠୁ ୫୦ ହଜାର କିଲୋମିଟର ଦୂରରେ ଥିବା ସୁପ୍ରା-ଥର୍ମାଲ ଏବଂ ଶକ୍ତିଶାଳୀ ଆୟନ ଓ ଇଲେକ୍ଟ୍ରନ ମାପିବା ଆରମ୍ଭ କରିଛି ବୋଲି ଇସ୍ରୋ କହିଛି । ସୋର ପବନ ଏବଂ ମହାକାଶ ପାଣିପାଗ ଘଟଣାର ଉତ୍ପତି, ତ୍ୱରଣ ଏବଂ ଆନିସୋଟ୍ରପି ବିଷୟରେ ସୂଚନା ପ୍ରଦାନ କରିବ ।