କନକ ବ୍ୟୁରୋ : ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଅପରାହ୍ନରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଓଡିଶାରେ ଆଜି ଅପରାହ୍ନ ୪ଟା ୫୫ ମିନିଟରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୭ ମିନିଟରେ ଦୃଶ୍ୟମାନ ହେବ । ରାଜଧାନୀରେ କେବଳ ୨୦ ମିନିଟ ପାଇଁ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ସୂର୍ଯ୍ୟପରାଗକୁ ନେଇ ହିନ୍ଦୁ ଧର୍ମରେ ବିଭିନ୍ନ କଟକଣା, ନୀତିକାନ୍ତି ଓ ଲୋକ ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ...
କ’ଣ କହେ ଜ୍ୟୋତିଷ ଶାସ୍ତ୍ର ?
- ଆଜି ସୂର୍ଯ୍ୟଉଦୟ ପୂର୍ବରୁ ପାକ ନିଷେଧ
- ବୁଧବାର ଶୌଧ ହେବା ପରେ ଖାଦ୍ୟ ଗ୍ରହଣ
- ପରାଗ ସମୟରେ ସିଧାସଳଖ ସୂର୍ଯ୍ୟକୁ ଦେଖିବା ଅନୁଚିତ
- ମେଷ, ବୃଷ, ମିଥୁନ, ସିଂହ, ରାଶିର ବ୍ୟକ୍ତି ସୂର୍ଯ୍ୟପରାଗ ଦେଖିଲେ ଲାଭବାନ ହେବେ
- କନ୍ୟା, ତୁଳା, ମକର, କୁମ୍ଭ ରାଶିର ବ୍ୟକ୍ତି ମଧ୍ୟ ଲାଭବାନ ହେବେ
- କର୍କଟ, ବିଛା, ଧନୁ, ମୀନଙ୍କ ପାଇଁ ଏହା ଅଶୁଭ ଫଳ ଦେବ
ସେହିପରି ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତନ କରାଯାଇଛି । ରାତିରୁ ଆରମ୍ଭ ହୋଇଛି ନୀତିକାନ୍ତି ।
ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରର ନୀତି
- ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ନୀତି
- ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡ଼ପ ନୀତି ପରେ ଅବକାଶ ଓ ରୋଷହୋମ
- ରାତି ୨ଟା ସୁଦ୍ଧା ସରିଛି ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରାଧାଦାମୋଦର ବେଶ
- ପରେ ଗୋପାଳବଲ୍ଲଭ, ସକାଳ ଧୂପ, ବାଳଭୋଗ ସହ ଭୋଗମଣ୍ଡପ ଉଠିଛି
- ଭୋର ୪ଟା ୫୭ ମିନିଟରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ
- ସଂଧ୍ୟା ୬ ଘଂଟା ୨୬ ମିନିଟ୍ ୫୨ ସେକେଣ୍ଡରେ ସର୍ବମୋକ୍ଷ
- ସୂର୍ଯ୍ୟପରାଗ ପାଇଁ ମନ୍ଦିରରେ ଦର୍ଶନ ବନ୍ଦ ରହିବ ନାହିଁ
- ଭକ୍ତମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ
Follow Us