ମହାକାଶରେ ମହାଜାଗତିକ ଦୃଶ୍ୟ । ରାଜସ୍ଥାନ, ହରିଆଣା ସମେତ ବିଭିନ୍ନ ଅଂଚଳରେ ଦେଖାଗଲା ପୂର୍ଣ୍ଣ ପରାଗ, ଓଡିଶାରେ ଆଶିଂକ ଦୃଶ୍ୟମାନ । ଆକାଶ ମେଘୁଆ ଥିବାରୁ ସୂର୍ଯ୍ୟପରାଗ ଦେଖିବା ହେଲାନି ସମ୍ଭବ ।

198

କନକ ବ୍ୟୁରୋ: ଆଜି ସାରା ବିଶ୍ୱ ଦେଖିଛି ମହାଜାଗତିକ ଦୃଶ୍ୟ । ମହାକାଶରେ ସଂଗଠିତ ହୋଇଛି ସୂର୍ଯ୍ୟୋପରାଗ । ଓଡିଶା ସମେତ ଭାରତର ସବୁ ଅଂଚଳରେ ଏହା ଦୃଶ୍ୟମାନ ହୋଇଛି । ଭାରତର ରାଜସ୍ଥାନ, ହରିଆଣା ଆଦି ଅଂଚଳରେ ବଳୟ ପରାଗ ଦେଖାଦେଇଛି । ରାଜସ୍ଥାନ, ହରିଆଣାରେ ଯେଉଁ ବଳୟ ସୂର୍ଯ୍ୟପରାଗ ଦେଖାଦେଇଥିଲା ତାହା ୫୫ ସେକେଣ୍ଡ ପର୍ଯ୍ୟନ୍ତ ଦେଖାଦେଇଥିଲା । ସୂର୍ଯ୍ୟକୁ ପ୍ରଥମେ ଚନ୍ଦ୍ର ଧୀରେ ଧୀରେ ଘୋଡାଇବା ଆରମ୍ଭ କଲା ।

ତେବେ ପ୍ରାୟ ୧୨ଟା ପାଖାପାଖି ସମୟରେ ବଳୟ ସୂର୍ଯ୍ୟପରାଗ ରାଜସ୍ଥାନ ଓ ହରିୟାଣାରେ ଦେଖାଦେଇଥିଲା । ଓଡିଶାରେ ୧୦ଟା ୨୦ରୁ ଆରମ୍ଭ ହୋଇ ଦିନ ୨ଟା ୨୦ ମିନିଟରେ ଶେଷ ହୋଇଛି । କିନ୍ତୁ ଯେହେତୁ ଆକାଶ ମେଘୁଆ ରହିଲା । ତେଣୁ ଭୁବନେଶ୍ୱର ସମେତ ବହୁ ଅଂଚଳରେ ଆଦୌ ପରାଗ ଦେଖିବା ସମ୍ଭବପର ହୋଇ ନଥିଲା । ୬୦ ପ୍ରତିଶତ ପାଖାପାଖି ସୂର୍ଯ୍ୟ ଘଉଡାଇଯାଇଥିବାରୁ ଅନ୍ୟ ଦିନ ଅପେକ୍ଷା ଆଜି ଟିକେ ଅନ୍ଧାରୁଆ ରହିଥିଲା ।