ଓଡିଶାରେ ପରାଗର ଆଂଶିକ ସ୍ପର୍ଶ: ଓଡିଶା ଆକାଶରେ ୬୧ରୁ ୭୨% ଘୋଡେଇ ହେବ ସୂର୍ଯ୍ୟ; ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୩୦ ପର୍ଯ୍ୟନ୍ତ ସର୍ବାଧିକ ପରାଗ

ଦିନ ୨ଟା ୩୦ ଯାଏଁ ପାକ ନିଷେଧ

256

କନକ ବ୍ୟୁରୋ: ଆଜି ମହାକାଶରେ ସଂଗଠିତ ହେଉଛି ସୂର୍ଯ୍ୟୋପରାଗ । ଓଡିଶା ସମେତ ଭାରତର ସବୁ ଅଂଚଳରେ ଏହା ଦୃଶ୍ୟମାନ ହେଉଛି । ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେଉଛି । ଓଡିଶାରେ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ ।

ସୂର୍ଯ୍ୟୋପରାଗ ଦିନ ୧୦ଟା ୨୦ରୁ ଆରମ୍ଭ ହୋଇ ଦିନ ୨ଟା ୨୦ ମିନିଟରେ ଶେଷ ହେବ । ତେବେ ମଧ୍ୟାହ୍ନ ୧୨ ଟା ୧୫ ରୁ ସାଢେ ୧୨ ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହେବ । ସେଇଥି ପାଇଁ ଜ୍ୟୋତିର୍ବିଦମାନେ ଅପରାହ୍ନ ୨ ଟା ୩୦ ଯାଏଁ ପାକ ନିଷେଧ ବୋଲି କହିଛନ୍ତି । କିନ୍ତୁ ବୈଜ୍ଞାନିକ କହିଛନ୍ତି ସୂର୍ଯ୍ୟୋପରାଗ ଏକ ମହାଜାଗତିକ ଦୃଶ୍ୟ । ସୂର୍ଯ୍ୟୋପରାଗ ସମୟରେ ଖାଦ୍ୟ ବର୍ଜନ କରିବାର କୌଣସି ବୈଜ୍ଞାନିକ ଭିତି ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.