କନକ ବ୍ୟୁରୋ: ଆଜି ମହାକାଶରେ ସଂଗଠିତ ହେଉଛି ସୂର୍ଯ୍ୟୋପରାଗ । ଓଡିଶା ସମେତ ଭାରତର ସବୁ ଅଂଚଳରେ ଏହା ଦୃଶ୍ୟମାନ ହେଉଛି । ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେଉଛି । ଓଡିଶାରେ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ ।
ସୂର୍ଯ୍ୟୋପରାଗ ଦିନ ୧୦ଟା ୨୦ରୁ ଆରମ୍ଭ ହୋଇ ଦିନ ୨ଟା ୨୦ ମିନିଟରେ ଶେଷ ହେବ । ତେବେ ମଧ୍ୟାହ୍ନ ୧୨ ଟା ୧୫ ରୁ ସାଢେ ୧୨ ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହେବ । ସେଇଥି ପାଇଁ ଜ୍ୟୋତିର୍ବିଦମାନେ ଅପରାହ୍ନ ୨ ଟା ୩୦ ଯାଏଁ ପାକ ନିଷେଧ ବୋଲି କହିଛନ୍ତି । କିନ୍ତୁ ବୈଜ୍ଞାନିକ କହିଛନ୍ତି ସୂର୍ଯ୍ୟୋପରାଗ ଏକ ମହାଜାଗତିକ ଦୃଶ୍ୟ । ସୂର୍ଯ୍ୟୋପରାଗ ସମୟରେ ଖାଦ୍ୟ ବର୍ଜନ କରିବାର କୌଣସି ବୈଜ୍ଞାନିକ ଭିତି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/Screen-Shot-2020-06-21-at-11.20.51-AM.png)