ସୂର୍ଯ୍ୟପରାଗ ନୀତିକୁ ମାନିଲେନି ହେତୁବାଦୀ : ପରାଗ ସମୟରେ ରୋଷେଇ କରି ଖାଇଲେ ବିରିୟାନୀ

6,689

କନକ ବ୍ୟୁରୋ : ସୂର୍ଯ୍ୟପରାଗ ନୀତିକୁ ମାନୁ ନାହାଁନ୍ତି ହେତୁବାଦୀ । ପରାଗରେ ପାକ ନିଷେଧ ନିୟମ ରହିଥିବାବେଳେ ଏହାକୁ ମାନୁ ନାହାଁନ୍ତି । ଆଉ ଏହି ସମୟରେ ରୋଷେଇ କରି ଖାଉଛନ୍ତି । ସୂର୍ଯ୍ୟପରାଗ ପାଇଁ ପାକ ନିଷେଧର ନିୟମ ରହିଥାଏ । ଏହି ସମୟରେ ରାନ୍ଧିବା କି ରନ୍ଧା ଖାଦ୍ୟ ଖାଇବାରେ ବାରଣ ରହିଥାଏ । ଆମ ସଂସ୍କୃତିରେ ଏହି ନୀତି କାହିଁ କେଉଁ କାଳରୁ ରହି ଆସିଛି । ହେଲେ ଏହାକୁ ଅନ୍ଧବିଶ୍ୱାସ ମାନୁଛନ୍ତି ହେତୁବାଦୀ ।

ଭୁବନେଶ୍ୱରରେ ବିଭିନ୍ନ ସ୍ଥାନର ହେତୁବାଦୀ ଏକାଠି ହୋଇ ରୋଷେଇ କରି ଖାଇଛନ୍ତି । ସେମାନଙ୍କ ମତରେ ପରାଗ ସମୟରେ ପାକ ନିଷେଧର କୌଣସି ଆବଶ୍ୟକତା ନାହିଁ । ଏହା ପ୍ରତ୍ୟେକ ଦିନର ଘଟଣା । ସୂର୍ଯ୍ୟ କାଲି ଯେଉଁ କିରଣ ଦେଉଥିଲେ ଆଜି ସେଥିରେ କୌଣସି ବ୍ୟତିକ୍ରମ ହୋଇନାହିଁ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା କୌଣସି ସମସ୍ୟା ନୁହେଁ ବୋଲି ହେତୁବାଦୀ କହିଛନ୍ତି ।