ଆସନ୍ତାକାଲି ସୂର୍ଯ୍ୟୋପରାଗ : ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ

895

କନକ ବ୍ୟୁରୋ : ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । କାଲିର ନୀତିକାନ୍ତି ଆଜି ରାତିରୁ ଆରମ୍ଭ ହେବ ।

– ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ନୀତି ହେବ
– ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡପ ଶେଷ ହେବ
– ଅବକାଶ ଓ ରୋଷହୋମ ଶେଷ ହେବ
– ୨ଟା ସୁଦ୍ଧା ସରିବ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରାଧାଦାମୋଦର ବେଶ
– ପରେ ଗୋପାଳବଲ୍ଲଭ, ସକାଳ ଧୂପ, ବାଳଭୋଗ ସହ ଭୋଗମଣ୍ଡପ ଉଠିବ
– ଭୋର ୪ଟା ୫୭ ମିନିଟରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ
– ଅପରାହ୍ଣ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରିବ
– ସଂଧ୍ୟା ୬ ଘଂଟା ୨୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ
– ସୂର୍ଯ୍ୟୋପରାଗ ପାଇଁ ମନ୍ଦିରରେ ଦର୍ଶନ ବନ୍ଦ ରହିବ ନାହିଁ
– ଭକ୍ତମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ

ସେପଟେ, ଆଜି ବିରାଜିବେ ମା’ ମହାକାଳୀ । ମା’ଙ୍କ ମନ୍ଦିରରେ ଚାଲିଛି ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଭୁବନେଶ୍ୱର ସତ୍ୟନଗର କାଳୀ ପୀଠରେ ୧୧ ଦିନ ପର୍ଯ୍ୟନ୍ତ ମା’ ୧୦ ମହାବିଦ୍ୟା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ମା’ଙ୍କୁ ମହାକାଳୀ ବେଶରେ ଦର୍ଶନ କରିବେ ଭକ୍ତ । ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡ଼ୁଥିବାରୁ ପୂଜା ବନ୍ଦ ରହିବ । ବୁଧବାରଠାରୁ ପୁଣି ପୂଜା ଆରମ୍ଭ ହେବ । ବୁଧବାର ମା’ ତାରା ବେଶ ଧାରଣ କରିବେ । ସେହିପରି ବରମୁଣ୍ଡାସ୍ଥିତ ଦକ୍ଷିଣକାଳୀ ପୀଠରେ ମା’ଙ୍କ ପୂଜା ୪୨ ବର୍ଷରେ ପହଞ୍ଚିଛି । ଏହି ଅବସରରେ ମା’ଙ୍କ ନିକଟରେ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହେବ ।