ଆଜି ସୂର୍ଯ୍ୟପରାଗ, ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଓଡ଼ିଶାରେ ୬୧ରୁ ୭୨ ପ୍ରତିଶତ ଘୋଡେଇ ହେବ ସୂର୍ଯ୍ୟ, ଦିନ ୨ଟା ୩୦ ଯାଏଁ ପାକ ନିଷେଧ ।

1,452

କନକ ବ୍ୟୁରୋ : ଆଜି ସୂର୍ଯ୍ୟୋପରାଗ । ଓଡିଶା ସମେତ ଭାରତର ସବୁ ଅଂଚଳରେ ଏହା ଦେଖାଯିବ । ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦେଖାଯିବ । ବାକି ଅଂଚଳରେ ଆଂଶିକ ପରାଗ ଦେଖାଯିବ । ଓଡିଶାରେ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ସୂର୍ଯ୍ୟୋପରାଗ ପୂର୍ବାହ୍ନ ୧୦ଟା ୨୦ରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ଶେଷ ହେବ ।

ତେବେ ମଧ୍ୟାହ୍ନ ୧୨ଟା ୧୫ରୁ ସାଢେ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହେବ । ସେଥିପାଇଁ ଜ୍ୟୋତିର୍ବିଦମାନେ ଅପରାହ୍ନ ୨ଟା ୩୦ ଯାଏଁ ପାକ ନିଷେଧ ବୋଲି କହିଛନ୍ତି । କିନ୍ତୁ ବୈଜ୍ଞାନିକମାନେ କହିଛନ୍ତି ସୂର୍ଯ୍ୟୋପରାଗ ଏକ ମହାଜାଗତିକ ଦୃଶ୍ୟ । ସୂର୍ଯ୍ୟୋପରାଗ ସମୟରେ ଖାଦ୍ୟ ବର୍ଜନ କରିବାର କୌଣସି ବୈଜ୍ଞାନିକ ଭିତି ନାହିଁ ।