ଦେଶର ବିଭିନ୍ନ ସ୍ଥାନରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ : ଓଡ଼ିଶାରେ ଆଶିଂକ ଘୋଡେଇ ହେଲା ସୂର୍ଯ୍ୟ , ୧୨ ଟା ୧୫ ରୁ ୧୨ଟା ୩୦ ପର୍ଯ୍ୟନ୍ତ ସର୍ବାଧିକ ପରାଗ 

526

ଆଜି ମହାକାଶରେ ସଂଗଠିତ ହୋଇଛି ସୂର୍ଯ୍ୟୋପରାଗ । ଓଡିଶା ସମେତ ଭାରତର ସବୁ ଅଂଚଳରେ ଏହା ଦୃଶ୍ୟମାନ ହୋଇଛି । ଭାରତର ରାଜସ୍ଥାନ, ହରିଆଣା ଓ ଉତ୍ତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଛି । ଓଡିଶାରେ ଆଶିଂକ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଛି  । ସୂର୍ଯ୍ୟୋପରାଗ ଦିନ ୧୦ଟା ୨୦ରୁ ଆରମ୍ଭ ହୋଇଛି ଏହା ଦିନ ୨ଟା ୨୦ ମିନିଟରେ ଶେଷ ହେବ । ତେବେ ମଧ୍ୟାହ୍ନ ୧୨ ଟା ୧୫ ରୁ ସାଢେ ୧୨ ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହୋଇଛି । ସେଥିପାଇଁ ଜ୍ୟୋତିର୍ବିଦମାନେ ଅପରାହ୍ନ ୨ ଟା ୩୦ ଯାଏଁ ପାକ ନିଷେଧ ବୋଲି କହିଛନ୍ତି । କିନ୍ତୁ ବୈଜ୍ଞାନିକ କହିଛନ୍ତି ସୂର୍ଯ୍ୟୋପରାଗ ଏକ ମହାଜାଗତିକ ଦୃଶ୍ୟ । ସୂର୍ଯ୍ୟୋପରାଗ ସମୟରେ ଖାଦ୍ୟ ବର୍ଜନ କରିବାର କୌଣସି ବୈଜ୍ଞାନିକ ଭିତ୍ତି ନାହିଁ ।