ଆସନ୍ତାକାଲି ସୂର୍ଯ୍ୟୋପରାଗ । ଦିନରେ ଲୁଚିବ ସୂର୍ଯ୍ୟ, ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଆଜି ରାତି ୧୦ଟା ୩୮ରୁ କାଲି ଦିନ ୨ଟା ୩୦ ଯାଏଁ ପାକ ନିଷେଧ ।

1,409

କନକ ବ୍ୟୁରୋ : ଆସନ୍ତାକାଲି ସୂର୍ଯ୍ୟୋପରାଗ । ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦେଖାଯିବ । ବାକି ଅଂଚଳରେ ଆଂଶିକ ପରାଗ ଦେଖାଯିବ । ଓଡିଶାରେ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ସୂର୍ଯ୍ୟୋପରାଗ ପୂର୍ବାହ୍ନ ୧୦ଟା ୨୦ରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ଶେଷ ହେବ । ମଧ୍ୟାହ୍ନ ୧୨ଟା ୧୫ରୁ ସାଢେ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହେବ । ଏଥିପାଇଁ ଆଜି ରାତି ୧୦ଟା ୩୮ ମିନିଟରୁ ଆସନ୍ତାକାଲି ଅପରାହ୍ନ ୨ଟା ୩୦ ଯାଏଁ ପାକ ନିଷେଧ କରାଯାଇଛି ।

ରବିବାର ସୂର୍ଯ୍ୟୋପରାଗ । ମହାକାଶରେ ମହାଜାଗତିକ ଦୃଶ୍ୟ । ଭାରତର ରାଜସ୍ଥାନ, ହରିଆଣା ଓ ଉତ୍ତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦେଖାଯିବାକୁ ଥିବାବେଳେ ଓଡିଶାରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ । ସୂର୍ଯ୍ୟର ପୃଷ୍ଠକୁ ୬୧ରୁ ୭୨ ପ୍ରତିଶତ ଯାଏଁ ଘୋଡାଇ ରଖିବ ଚନ୍ଦ୍ର । ଓଡିଶା ସମେତ ଦେଶର ପ୍ରାୟ ସବୁ ଭାଗରେ ଏହା ପୂର୍ବାହ୍ନ ୧୦ଟା ୨୦ରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ରେ ଶେଷ ହେବ । ମଧ୍ୟାହ୍ନ ୧୨ଟା ୧୫ରୁ ସାଢେ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହେବ ।

ଏବେ ନଜର ପକାଇବା ଓଡିଶାର କେଉଁ ଅଂଚଳରେ କେତେ ଦୃଶ୍ୟମାନ ହେବ ସୂର୍ଯ୍ୟୋପରାଗ ।
– ମାଲକାନଗିରିରେ ସର୍ବନିମ୍ନ ୬୧ ପ୍ରତିଶତ ସୂର୍ଯ୍ୟ ଘୋଡାଇ ହୋଇଯିବ । ଓଡିଶାରେ ସର୍ବାଧିକ ସୁନ୍ଦରଗଡରେ ୭୨ ପ୍ରତିଶତ, ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୬୫ ପ୍ରତିଶତ ଓ ଝାରସୁଗୁଡାରେ ୭୧ ପ୍ରତିଶତ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ।

ବିଜ୍ଞାନ ବନାମ ବିଶ୍ୱାସ, ପରାଗରେ ହାଣ୍ଡିଛାଡ ? ସୂର୍ଯ୍ୟୋପରାଗ ଏକ ମହାଜାଗତିକ ଦୃଶ୍ୟ ବୋଲି ବିଜ୍ଞାନୀମାନେ ମତ ଦିଅନ୍ତି । ହେଲେ ଜ୍ୟୋତିଷ ଶାସ୍ତ୍ରୀଙ୍କ ମତ ଅଲଗା । ଏବେ ନଜର ପକାଇବା ସୂର୍ଯ୍ୟୋପରାଗରେ କଣ ରହିଛି ପାରମ୍ପରିକ କଟକଣା ।

– ସୂର୍ଯ୍ୟୋପରାଗ ସମୟରେ ରୋଷେଇ ଓ ଦେବନୀତି ନିଷେଧ
– ଶନିବାର ରାତି ୧୦ଟା ୩୮ ମିନିଟରୁ ରବିବାର ଅପରାହ୍ନ ୨ଟା ୩୦ ଯାଏଁ ପାକ ନିଷେଧ ।
– ଏହି ସମୟ ମଧ୍ୟରେ ମନ୍ଦିରରେ ପୂଜାକାର୍ଯ୍ୟ ଓ ନୀତିକାନ୍ତି ବନ୍ଦ ରହିବ

ହେଲେ ବୈଜ୍ଞାନିକ ମତ ଅନୁସାରେ ସୂର୍ଯ୍ୟୋପରାଗ ସମୟରେ ଖାଦ୍ୟ ବର୍ଜନ କରିବାର କୌଣସି ଯୁକ୍ତି ନାହିଁ ।

ସୂର୍ଯ୍ୟ ଚାରିପଟେ ପୃଥିବୀ, ପୃଥିବୀ ଚାରିପଟେ ଘୁରି ବୁଲୁଛି ଚନ୍ଦ୍ର । ଯେତେବେଳେ ସୂର୍ଯ୍ୟ ଓ ପୃଥବୀ ମଧ୍ୟରେ ଚନ୍ଦ୍ର ଏକ ସରଳ ରେଖା ଓ ଏକ ସମତଳରେ ରହିଲେ ସୂର୍ଯ୍ୟପରାଗ ହୋଇଥାଏ । ସୂର୍ଯ୍ୟକୁ ଘୋଡ଼ାଇ ଦେଇଥାଏ ଚନ୍ଦ୍ର । ଚନ୍ଦ୍ରର ଛାଇ ପଡିଥାଏ ପୃଥିବୀ ଉପରେ । ତେବେ ଖାଲି ଆଖିରେ ସୂର୍ଯ୍ୟୋପରାଗ ଦେଖିବାକୁ ବାରଣ କରାଯାଇଛି ।