୨୬ ଡିସେମ୍ବର ୨୦୧୯ର ଅନ୍ତିମ ସୂର୍ଯ୍ୟପରାଗ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହା ହେଉଛି ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ । ଏହି ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୬ ଜାନୁଆରୀରେ ହୋଇଥିଲା । ଦ୍ୱିତୀୟ ସୂର୍ଯ୍ୟପରାଗ ୨ ଜୁଲାଇରେ ଲାଗିଥିଲା । ଆଜି ହୋଇଥିବା ସୂର୍ଯ୍ୟପରାଗରେ ତିନି ଘଣ୍ଟା ଧରି ଜାରି ରହିବ ଛାଇ ଆଲୁଅର ଖେଳ । ସୂର୍ଯ୍ୟଙ୍କୁ ଘୋଡାଇ ରଖିବ ଚନ୍ଦ୍ର । ସବୁଠାରୁ ଗୁରୁତ୍ୱପର୍ଣ୍ଣ କଥା ହେଉଛି ଓଡିଶାରେ ଏହା ଆଂଶିକ ଭାବେ ଦେଖାଯିବ ।
ଦେଶର ବିଭିନ୍ନ ସ୍ଥାନରୁ ଆସୁଛି ସୂର୍ଯ୍ୟୋପରାଗର ଦୃଶ୍ୟ : ଧିରେ ଧିରେ ଦାଆ ଆକାରର ହେଉଛି ସୂର୍ଯ୍ୟ #kanaknews#solareclipse2019pic.twitter.com/wY5jrch0E0
— Kanak News (@kanak_news) December 26, 2019
କିନ୍ତୁ ଦକ୍ଷିଣଭାରତୀୟ ରାଜ୍ୟ ଯେପରିକି ତାମିଲନାଡୁ , କର୍ଣ୍ଣାଟକ, ଓ କେରଳରେ ଏହା ସମ୍ପୂର୍ଣ୍ଣ ଭାବେ ଦେଖାଯିବ । ଦକ୍ଷିମ ଭାରତର ମଦୁରାଇ , ଖୋଜିକୋଡ, କୋଅମ୍ବାଟୁର ଆଦି ସହରରେ ଏହା ସବୁଠୁ ଭଲଭାବେ ଦେଖାଯିବ । ଭାରତ ଛଡା ଏହା ଶ୍ରୀଲଙ୍କା , ସାଉଦିଆରବ, କାତାର, ମାଲେସିଆ, ୟୁଏଇ, ଇଣ୍ଡୋନେସିଆ, ସିଙ୍ଗାପୁର ଆଦି ଦେଶରେ ଦେଖାଯିବ । ଏହି ସୂର୍ଯ୍ୟପରାଗ ସକାଳ ୮ଟା ୧୭ରୁ ଆରମ୍ବ ହୋଇ ୧୧ ଟା ୨୮ରେ ଛାଡିବ । ଓଡିଶାରେ ଏହା ସକାଳ ୯ ଟା ୪୬ମିନିଟରେ ସବୁଠାରୁ ଭଲଭାବେ ଦେଖାଯିବ ।
ଆକାଶରେ ସୂର୍ଯ୍ୟୋପରାଗର ଦୃଶ୍ୟ : କୋଚି,ଚେନ୍ନାଇ,ତ୍ରିଭେନ୍ଦ୍ରମ୍ ଏବଂ ଭୁବନେଶ୍ୱରରେ ସୂର୍ଯ୍ୟୋପରାଗର ଦୃଶ୍ୟ #kanaknews#solareclipse2019pic.twitter.com/0fOZkRxNcx
— Kanak News (@kanak_news) December 26, 2019
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/xzd.jpg)