ଲଗାତାର ବର୍ଷା ଯୋଗୁଁ ଭାଙ୍ଗିଲା ରେଷ୍ଟୁରାଣ୍ଟ୍ ! ରେଷ୍ଟୁରାଣ୍ଟ୍ କୁ ଭୋଜନ କରିବାକୁ ଆସିଥିବା ୬ ସେନା ଯବାନଙ୍କ ସମେତ ୭ ଜଣଙ୍କ ଗଲା ଜୀବନ

191

ହିମାଚଳ ପ୍ରଦେଶର ସୋଲନ୍ ସ୍ଥିତ କୁମହାରହଟ୍ଟିରେ ରବିବାର ସନ୍ଧ୍ୟାବେଳେ ଏକ ରେଷ୍ଟୁରାଣ୍ଟ୍ ଭାଙ୍ଗିବା ଯୋଗୁଁ ୬ ଜଣ ଯବାନଙ୍କ ସହ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଘଟିବା ସମୟରେ ରେଷ୍ଟୁରାଣ୍ଟ୍ ରେ ୪୨ ଜଣ ଲୋକ ଉପସ୍ଥିତ ଥିଲେ । ହୋଟେଲରେ ୩୦ ଜଣ ଯବାନଙ୍କ ସମେତ ୧୨ ଜଣ ସାଧାରଣ ଲୋକ ଥିଲେ । ତେବେ ଉଦ୍ଧାରକାରୀ ଦଳ ଏବେ ପର୍ଯ୍ୟନ୍ତ ୩୫ ଜଣ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ୭ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ।

ଯେଉଁ ରେଷ୍ଟୁରାଣ୍ଟ୍ ରେ ଏହି ଅଘଟଣ ଘଟିଛି ସେଠାକୁ ରାସ୍ତାରେ ଯାଉଥିବା ଯବାନ ଭୋଜନ କରିବା ପାଇଁ ଆସିଥିଲେ । ଯବାନଙ୍କ ସହ ପରିବାର ଥିବା କଥା ମଧ୍ୟ କୁହାଯାଉଛି । ଲଗାତାର ବର୍ଷା ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ଉପୁଜୁଛି । ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାମ ଜାରି ରଖିଛନ୍ତି ।