କନକ ବ୍ୟୁରୋ : ଶ୍ରୀମନ୍ଦିର ସମ୍ମୁଖ ସିଂହ ଦ୍ୱାର ନିକଟ ଦୋଳମଣ୍ଡପ ସାହିରେ ପୂଜା ପାଉଛନ୍ତି ଷୋଳପୁଅ ମା’ । ଆଜି ମା’ଙ୍କ ପୀଠରେ ଅନୁଷ୍ଠିତ ହେଉଛି ଦଶହରା ପୂଜା । ମା’ଙ୍କୁ ଏଠାରେ ନାରାୟଣୀ ରୂପରେ ଉପାସନା କରାଯାଏ । ବଡ଼ଦେଉଳର ସୁରକ୍ଷା ପାଇଁ ରହିଥିବା ଅଷ୍ଟଶକ୍ତିଙ୍କ ମଧ୍ୟରୁ ଷୋଳପୁଅ ମା’ ଅନ୍ୟତମ ।
ସପ୍ତମାତୃକାଙ୍କ ମଧ୍ୟରେ ପଞ୍ଚମ ମହାବିଦ୍ୟା ରୂପେ ମା’ ପୂଜିତ । ଏହି ଶକ୍ତିପୀଠ ଅତି ପ୍ରାଚୀନ ହୋଇଥିଲେ ମଧ୍ୟ ମନ୍ଦିର ନିର୍ମାଣ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସମୟ ନାହିଁ । ବର୍ତମାନ ରହିଥିବା ଏହି ମନ୍ଦିରଟି ଅତି ପ୍ରାଚୀନ । ଶ୍ରୀମନ୍ଦିରର ଅନେକ ରୀତିନୀତି ସହିତ ଜଡ଼ିତ ମା’ଙ୍କ ପୂଜାର୍ଚ୍ଚନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/vlcsnap-2022-10-05-09h16m28s185.png)
/kanak/media/post_attachments/wp-content/uploads/2022/10/vlcsnap-2022-10-05-09h17m54s994.png)