କନକ ବ୍ୟୁରୋ: ଭୁବନେଶ୍ୱର- କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ବୈଷୟିକ ଭୂମି ଯାଂଚ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହାୟତାରେ ଏହି କାର୍ଯ୍ୟ ଆଗେଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ଚଳାଇବା ପାଇଁ ନିଷ୍ପତି ନିଆଯାଇଛି । ଏଥିପାଇଁ ୩୦ ଫୁଟ୍ ତଳୁ ମାଟିର ନମୂନା ସଂଗ୍ରହ କରାଯାଇଛି । ପ୍ରାରମ୍ଭିକ କାମ ସରିବା ପରେ ସର୍ଭେ ରିପୋର୍ଟ ଆଧାରରେ ପ୍ରସ୍ତୁତ ହେବ ଡିପିଆର ।

Advertisment

ଭୁବନେଶ୍ୱରରୁ କଟକ ଗଡିବ ମେଟ୍ରୋ ଟ୍ରେନ । ଟ୍ୱିନ ସିଟିରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ କରିବ ମେଟ୍ରୋ । ଏହି ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ବୈଷୟିକ ଜିଓ ଟେକ୍ନିକାଲ ଇନଭେଷ୍ଟିଗେସନ । ମେଟ୍ରୋ ପାଇଁ ମାଟି କେତେ ଉପଯୁକ୍ତ ସେ ନେଇ ମାଟିର ନମୁନା ସଂଗ୍ରହ କରାଯାଉଛି । ତ୍ରିଶୂଳିଆରୁ–ରାଜଭବନ ଛକ ଭିତରେ ୨୪ଟି ସ୍ଥାନରେ ମାଟି ନମୁନା ସଂଗ୍ରହ କରି ଅନୁଧ୍ୟାନ କରାଯିବ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହାୟତାରେ ଏହି କାର୍ଯ୍ୟ ଆଗେଇ ଚାଲିଛି । ୩୦ଫୁଟ ତଳୁ ମାଟିର ନମୁନା ସଂଗ୍ରହ କରାଯାଉଛି । ପ୍ରତି ଦେଢ ଫୁଟର ମାଟିର ଗୁଣବତାକୁ ଯାଂଚ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ଚଳାଇବା ପାଇଁ ନିଷ୍ପତି ନିଆଯାଇଛି । ଏଥିପାଇଁ ଏହି ଅଂଚଳର ବିଭିନ୍ନ ସ୍ଥାନରେ ମାଟି ଖନନ କରି ନମୁନା ସଂଗ୍ରହ କରୁଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ । ପ୍ରାରମ୍ଭିକ କାମ ସରିବା ପରେ ସର୍ଭେ ରିପୋର୍ଟ ଆଧାରରେ ପ୍ରସ୍ତୁତ ହେବ ଡିପିଆର । କେଉଁ ପଥରେ ମେଟ୍ରୋ ଚଳାଚଳ ହେବ, ମାଟି ଉପରେ ନା ମାଟି ତଳେ ଚାଲିବ ଏହାସହ ଅନ୍ୟାନ୍ୟ ଦିଗକୁ ଦୃଷ୍ଟି ଦେବ କର୍ପୋରେସନ ।