କନକ ବ୍ୟୁରୋ : ଭୟଭୀତ ହୋଇ ରହିଛନ୍ତି ନଦୀ କୂଳିଆ ଲୋକମାନେ । ଗାଁରେ ମାଟି ମାଫିଆ ମାତିଥିବା ବେଳେ ବେଧଡକ ଭାବେ ହେଉଛି ମାଟି ଚାଲାଣ । ନଦୀ ପଠାର ଏକର ଏକର ଜାଗାରୁ ମାଟି ତଡାଯାଉଥିବାରୁ ନଦୀ ବନ୍ଧ ବି ଦବି ବାରେ ଲାଗିଛି । ମନଇଚ୍ଛା ମାଟି ତାଡିନେଉଥିବା ବେଳେ ମାଲାମାଲ ହେଉଛନ୍ତି ମାଟିମାଫିଆ । ହେଲେ ସେପେଟ ବର୍ଷା ଲାଗିରହିଥିବାରୁ ମାଟି ଅତଡ଼ା ଖସି ଚାଲିଛି । ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକର ମହମ୍ମଦପୁର ଗାଁର ଲୋକମାନେ । କେବଳ ମଣିଷ ନୁହେଁ ଗୋରୁ ଗାଈ ମଧ୍ୟ ସେହି ସ୍ଥାନରେ ବିପଦ ମୁଖରେ ପଡୁଛନ୍ତି । ଘଟଣାର ସ୍ଥାୟୀ ସମାଧାନ କରିବାକୁ ଗାଁର ଲୋକମାନେ ବାରମ୍ବାର ଦାବି କରୁଥିବା ବେଳେ ଏଥିପ୍ରତି ଯେମିତି କାହାର ଗୁରୁତ୍ବ ନାହିଁ ।

Advertisment

ନଦୀ ବନ୍ଧ ନିକଟରେ ରୀତିମତ ଭାବେ ଏହି ମାଟି ଚାଲାଣ କରି ବିକ୍ରି ହେଉଛି । ୧୫ ଫୁଟ ଗଭୀରରେ ବାଲିଆ ମାଟିକୁ ବିକ୍ରି କରି ମାଟି ମାଫିଆ ମାଲାମାଲ ମାଲେମାଲ ହେଉଥିଲାବେଳେ ଏବେ ଲଗାଣ ବର୍ଷା ନଦୀକୁଳିଆ ଗାଁଲୋକଙ୍କ ନିଦ ହଜିଯାଇଛି । ସେପଟେ ସମସ୍ୟା ନେଇ ଖୁବଶୀଘ୍ର ପଦକ୍ଷେପ ନେବାକୁ ମିଳିଛି ପ୍ରତିଶ୍ରୁତି ।

ଭୟ ଭିତରେ ରହୁଥିବା ନଦୀ କୂଳିଆ ଲୋକଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦିଆଯିବା ସହିତ ଖୁବଶୀଘ୍ର ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗାଁର ଲୋକମାନେ ।