ଭୁବନେଶ୍ୱରରେ ଚାଲିଛି ମୃତ୍ତିକା ମହୋତ୍ସବ । ଟେରାକୋଟା ସାମଗ୍ରୀ କିଣିବାକୁ ଜମୁଛି ଲୋକଙ୍କ ଭିଡ । 

157

କନକ ବ୍ୟୁରୋ: ଭୁବନେଶ୍ୱରରେ ଚାଲିଛି ମୃତ୍ତିକା ମହୋତ୍ସବ । ରହିଛି ଭଳିକି ଭଳି ମାଟି ତିଆରି ସାମଗ୍ରୀ । ଏହି ଉତ୍ସବରେ ଜମୁଛି ଦର୍ଶକଙ୍କ ଭିଡ଼ । ମାଟିରେ ପ୍ରସ୍ତୁତ ସାମଗ୍ରୀ ସହ ଏହାକୁ କିପରି ପ୍ରସ୍ତୁତ କରାଯାଏ, ତାର ଅନୁଭୂତି ପାଉଛନ୍ତି ଲୋକେ । ମାଟିରେ କଳସ, ଦୀପ ଆଦିକୁ ବିଶେଷଜ୍ଞଙ୍କ ତତ୍ୱାବଧାନରେ ପ୍ରସ୍ତୁତ ହେଉଛି ମାଟି ସାମଗ୍ରୀ । ଗ୍ରାହକ ମଧ୍ୟ ନୂଆ ଅନୁଭୂତି ପାଇ ଖୁସିବ୍ୟକ୍ତ କରୁଛନ୍ତି ।