ଦୁନିଆକୁ ଖୁସିର ପ୍ରତିଶବ୍ଦ ବୁଝାଇଲା କୁନି ଝିଅ । ବାପା ପୁରୁଣା ସାଇକେଲ ଆଣିଲେ ବୋଲି, ଖୁସିରେ ଆତ୍ମହରା କଅଁଳ କଢ଼ି, ଦେଖନ୍ତୁ ସୋସିଆଲ ମିଡ଼ିଆର ହୃଦୟସ୍ପର୍ଶୀ ଦୃଶ୍ୟ

1,064

କନକ ବ୍ୟୁରୋ: ଖୁସିର ଅନେକ ପ୍ରତିଶବ୍ଦ ଥାଇପାରେ । କିଏ ଖୁସିକୁ ଆନନ୍ଦ କହୁଛି ତ’ ଆଉ କିଏ ଉଲ୍ଲାସ । ହେଲେ ଅନୁଭୂତି ସେଇ ଗୋଟିଏ । ତେବେ ଏହି ଖୁସିର ଠିକଣା ସବୁବେଳେ ମହଲ ନୁହେଁ । ଆନନ୍ଦ, କେବଳ ଗାଡ଼ି-ଘୋଡ଼ା କରିବାରେ ନଥାଏ । ଖୁସି ମଣିଷର ଏଭଳି ଏକ ଅନୁଭତି ଯାହା ଏକ ପୁରୁଣା ସାଇକେଲରୁ ଆସିପାରେ ।

ଖୁସି ଖୋଜୁଥିବା ଲୋକଙ୍କ ପାଇଁ ହୁଏତ, ଏହି କୁନି ଝିଅ ରାସ୍ତା ଦେଖାଉଛନ୍ତି । ବାପା ଘରକୁ ଏକ ସାଇକେଲ ଆଣିଛନ୍ତି । ନୂଆଁ ନୁହେଁ ପୁରୁଣା ସାଇକେଲ । ହେଲେ ଏହି ନୂଆ-ପୁରୁଣାର ହିସାବ ବୁଝୁନଥିବା କୁନି ଝିଅ ଖୁସିରେ ନାଚି ଉଠୁଛି । କୁଣ୍ଡେମୋଟ ହୋଇଯାଉଛି । ଆଉ ଘର ପାଇଁ ଏକ ନୂଆ ବାହାନଟିଏ ଆସିବା ଖୁସିରେ ବାପା, ସାଇକେଲଟିକୁ ଫୁଲମାଲ ଛଡ଼ାଇ, ପାଣି ଛଂଚି ପୂଜା କରୁଛନ୍ତି । ଭାରତ ଦିଲ୍ଲୀପ ସିତୋଲେ ନାମକ ଜଣେ ବ୍ୟକ୍ତି ଏହି ଭିଡିଓଟି ଟ୍ୱିଟରରେ ଛାଡ଼ିବା ପରେ ଏକ ଚାରିଆଡେ ଭାଇରାଲ ହେବାରେ ଲାଗିଛି ।