ସୋଫେନଙ୍କୁ ସଲାମ୍ ! ବାତ୍ୟା ‘ଫୋନି’ ପୀଡିତଙ୍କୁ ସହାୟତା ପାଇଁ ପୁନେରେ ବୁଲି ବୁଲି ଏକାଠି କରୁଛନ୍ତି ଟଙ୍କା ।

360

କନକ ବ୍ୟୁରୋ : ବାତ୍ୟା ‘ଫୋନି’ ଯେଉଁ ଚିତ୍ର ଛାଡିଦେଇ ଯାଇଛି, ତାହା କେବେ ଯେ ଲିଭିବ, ଆକଳନ କରିବା ମଧ୍ୟ ମୁସ୍କିଲ । ପ୍ରକୃତିର କରାଳ ରୂପ ଛାରଖାର କରିଦେଇଛି ଓଡିଶାକୁ । ଭୟଙ୍କର ସାମୁଦ୍ରିକ ଝଡ ଫୋନିର ପ୍ରଭାବରେ ଉଜୁଡି ଯାଇଛି ଉପକୂଳ ଓଡିଶା । ଯେଉଁ ସୁନ୍ଦର ସବୁଜିମା ଏବଂ କଳାକୃତି ପାଇଁ ବିଶ୍ୱସ୍ତରରେ ଓଡିଶାର ପରିଚୟ ରହିଛି, ତାହା ଆଜି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଆଉ ଅନ୍ୟପଟେ ପୁଣି ଥରେ କେମିତି ଓଡିଶାର ସୌନ୍ଦର୍ଯ୍ୟତା ଫେରିଆସିବ, ସେନେଇ ଜୋରଦାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଏହାରି ଭିତରେ ପୁନେରୁ ଆସିଛି ଏକ ବଡ ଖବର ।

ବାତ୍ୟା ଫୋନି ପୀଡିତଙ୍କ ପାଇଁ ପୁନେରେ ଟଙ୍କା ଏକାଠି କରୁଛନ୍ତି ଜଣେ ଓଡିଆ ଯୁବକ । ତାଙ୍କ ନାଁ ହେଉଛି ସୋଫେନ୍ କୁମାର ଜେନା । ପୁନେର ଅନେକ ବ୍ୟସ୍ତବହୁଳ ସ୍ଥାନରେ ସେ ହାତରେ ପ୍ଲାକାର୍ଡ ଧରି ବାତ୍ୟା ବିପନ୍ନଙ୍କ ପାଇଁ ସହାୟତା ମାଗୁଛନ୍ତି । ବିଭିନ୍ନ ମଲ୍, ମାର୍କେଟ୍ ଏବଂ ଜନଗହଳି ସ୍ଥାନକୁ ଯାଉ, ସେ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତା ମାଗୁଛନ୍ତି । ସେଥିରୁ ଯେଉଁ ଟଙ୍କା ଏକାଠି ହେଉଛି, ସେ ତାକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରୁଛନ୍ତି । ସୋଫେନଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଂଶସା କରାଯାଉଥିବା ବେଳେ, ସୋସିଆଲ ମିଡିଆରେ ତାଙ୍କ ଫଟୋ ମଧ୍ୟ ସେୟାର କରାଯାଉଛି ।