ସାଇକୋ ଲେଡି, ସସପେନ୍ସ! ବଡ଼ ବୟାନ ଦେଲେ ବିକାଶ! ମୋ ଭାଇକୁ ବ୍ଲାକମେଲିଂ କରିବା ପାଇଁ କାହାର ଦମ୍ ନଥିଲା । ସାଇକୋ ଲେଡି କିଏ କାହିଁକି ତା କଥା ଉଠୁଛି ମୁଁ ଜାଣିନି । ଯଦି ତଥ୍ୟ ପ୍ରମାଣ ଅଛି କ୍ରାଇମବ୍ରାଞ୍ଚ କ’ଣ କରୁଛି?

492

କନକ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ସଂପର୍କ ଥିବା ନେଇ ଆଦିତ୍ୟ ବାପାଙ୍କ ଅଭିଯୋଗ ପରେ ଏବେ ମୁହଁ ଖୋଲିଛନ୍ତି ସହଯୋଗୀ ବିକାଶ । ସେ କହିଛନ୍ତି , ସାଇକୋ ଲେଡି ବୋଲି ଯାହାକୁ କୁହାଯାଉଛି, ସେ ସାଇକୋ କି ନୁହେଁ ସେ ଜାଣିନାହାନ୍ତି । କିନ୍ତୁ ସେ ବାଲେଶ୍ୱରର ଝିଅ । ଉଭୟଙ୍କ ପକ୍ଷରୁ ସହମତିରେ ସଂପର୍କ ଥିଲା । ସେହି ଝିଅ ସହ ୬,୭ ମାସ ତଳେ କଥା ହୋଇଥିଲେ । ଆଦିତ୍ୟ ସେହି ଝିଅ ସହ ବିକାଶଙ୍କୁ କଥା କରାଇଥିବା ସେ କହିଛନ୍ତି ।

ଏପରିକି ସେହି ଝିଅ ଆଶ୍ରମ ଆସିଥିଲେ, ସେଠାରେ ତାଙ୍କ ସହ ଦେଖାହୋଇଥିଲା ବୋଲି ବିକାଶ କହିଛନ୍ତି । ଆଦିତ୍ୟଙ୍କୁ କେହି ଧମକ ଦେଇନାହାନ୍ତି,କେହି ଧମକ ଦେଇଥିଲେ ସେ ଜାଣିଥାନ୍ତେ ବୋଲି କନକ ନ୍ୟୁଜକୁ କହିଛନ୍ତି । ଏହା ସହିତ ବିସ୍ମିତ୍ କିଏ ବୋଲି ବିକାଶ ଜାଣିନଥିବା କହିଛନ୍ତି । ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଖୋଳତାଡ କରୁଥିବା ବେଳେ, ଦୁଇ ବନ୍ଧୁ ବିକାଶ ଓ ପପୁ ଏବଂ ପତ୍ନୀ ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ ଟେଷ୍ଟ ସରିଥିବା ବେଳେ ଏବେ ସାମନାକୁ ଆସିଛି ଜଣେ ରହସ୍ୟମୟୀ ମହିଳାଙ୍କ ଭୂମିକା ।