ବଢୁଛି ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ: ମୁହଁ ଖୋଲିଲେ ପପୁ ଓ ବିକାଶ; ଦୁହିଁଙ୍କ ନାଁରେ ଅଭିଯୋଗ ଆଣିଥିଲେ ଆଦିତ୍ୟଙ୍କ ପତ୍ନୀ ଦିବ୍ୟାଶ୍ରୀ

ପପୁ ଓ ବିକାଶ ହେଉଛନ୍ତି ‘ପିପୁଲ୍ସ ଫର ସେବା’ର ସଦସ୍ୟ

1,444

କନକ ବ୍ୟୁରୋ: ବଢୁଛି ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ । ମଙ୍ଗଳବାରଦିନ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ରେଳଧାରଣାରୁ ମିଳିଥିଲା । ଏହାପରେ ଆଦିତ୍ୟଙ୍କ ଚିଠିକୁ ଜବତ କରିଛି ପୁଲିସ । ଏହି ଚିଠିରେ ଚିଠିରେ ପପୁ ଓ ବିକାଶ ନାମକ ଦୁଇ ଜଣ ଯୁବକଙ୍କୁ ଆଶ୍ରମର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ଆଦିତ୍ୟ । ପପୁ ଓ ବିକାଶ ହେଉଛନ୍ତି ପିପୁଲ ଫର୍ ସେବା ସଂଗଠନର ସଦସ୍ୟ ।

ବିଦ୍ୟାଶ୍ରୀ ଗତକାଲି କନକ ନ୍ୟୁଜକୁ କହିଥିଲେ, ପପୁ ଓ ବିକାଶ ନାରେ କିଛି ପ୍ରମାଣ ପାଇଥିଲେ ଆଦିତ୍ୟ । ସେମାନେ କୁଆଡେ ପଛପଟୁ ଆଦିତ୍ୟଙ୍କ ବିରୋଧରେ କାମ କରୁଥିଲେ । ପପୁ ନାମକ ଯୁବକ ପିପୁଲ ଫର୍ ସେବା ସଂଗଠନର ଟ୍ରେଜେରର ଅଛନ୍ତି । ଇତି ମଧ୍ୟରେ କୁଆଡେ ପପୁ, ଆଦିତ୍ୟଙ୍କଠାରୁ ୭୦ହଜାର ଟଙ୍କା ଉଧାର ନେଇଥିଲେ । ମାସକୁ ପାଂଚ ହଜାର ଟଙ୍କା ଲେଖାଏଁ ଫେରାଇବେ ବୋଲି କହିଥିଲେ । ବିଦ୍ୟାଶ୍ରୀ କହିଛନ୍ତି ଏହାକୁ ନେଇ ଚାପରେ ଥିଲେ ଆଦିତ୍ୟ ।