ପରଲୋକରେ ପରୋପକାରୀ ମଣିଷ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । ଆଖିବୁଜିଲେ ସମାଜସେବୀ ପ୍ରକାଶ ରାଓ । ସବୁଠି ଶୋକର ଛାୟା ।

628

କନକ ବ୍ୟୁରୋ: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ବ୍ରେନ ଷ୍ଟ୍ରୋକରେ ପୀଡିତ ଥିଲେ ପ୍ରକାଶ ରାଓ । ଦେହାନ୍ତ ନେଇ ପ୍ରକାଶଙ୍କ ପରିବାର ପକ୍ଷରୁ ସୂଚନା ।

ତେବେ କିଛି ଦିନ ତଳେ କରୋନା ପଜିଟିଭ ଥିଲେ ପ୍ରକାଶ ରାଓ । ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିଲା । ତେବେ ମଣିଷପଣିଆରେ ଭରପୁର ଥିଲେ ପ୍ରକାଶ ରାଓ । ଚା ଦୋକାନ କରି ବସ୍ତି ପିଲାଙ୍କୁ ପାଠ ପଢାଉଥିଲେ, ସାହାଯ୍ୟ କରୁଥିଲେ । ଏଥିସହ ସେ ୧୦୦ରୁ ଅଧିକ ଥର ରକ୍ତଦାନ ବି କରିଛନ୍ତି । ଯେଉଁଥିପାଇଁ ସେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ପ୍ରକାଶଙ୍କ ପରଲୋକରେ ସବୁଠି ଶୋକର ଛାୟା ।