କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ହାଇକୋର୍ଟରେ ଜବାବ ଦାଖଲ କଲା କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କ ହତ୍ୟାର କୌଣସି ପ୍ରମାଣ ନଥିବା କ୍ରାଇମବ୍ରାଞ୍ଚ ସତ୍ୟପାଠରେ ଉଲ୍ଲେଖ । କିନ୍ତୁ ତଦନ୍ତକାରୀ ଅଧିକାରୀ କରୋନାରେ ଆକ୍ରାନ୍ତ ଥିବାରୁ କୋର୍ଟରେ ଅପଡ଼େଟ ରିପୋର୍ଟ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ ।
ଆସନ୍ତା ୨୬ରେ ମାମଲାର ହେବ ପରବର୍ତ୍ତୀ ଶୁଣାଣୀ । ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ସେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରିଦିଆଯିବା ପରେ ରେଳଧାରଣାରେ ପିଙ୍ଗିଦିଆଯାଇଛି ତାହା ସ୍ପଷ୍ଟ ହୋଇପାରିନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/32-7.jpg)