ମାନବପ୍ରେମୀଙ୍କ ମୃତ୍ୟୁକୁ ପୂରିଲା ମାସେ, ତଥାପି ହଟୁନି ମୃତ୍ୟୁ ମିଷ୍ଟ୍ରିରୁ ପରଦା । କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ଦାବିରେ ଲଣ୍ଡା ହେଲେ ଆଦିତ୍ୟଙ୍କ ସମର୍ଥକ । କହିଲେ ଆମ ଭାଇକୁ ନ୍ୟାୟ ଦିଅ...

ମାନବପ୍ରେମୀଙ୍କ ମୃତ୍ୟୁକୁ ପୂରିଲା ମାସେ, ତଥାପି ହଟୁନି ମୃତ୍ୟୁ ମିଷ୍ଟ୍ରିରୁ ପରଦା । କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ଦାବିରେ ଲଣ୍ଡା ହେଲେ ଆଦିତ୍ୟଙ୍କ ସମର୍ଥକ । କହିଲେ ଆମ ଭାଇକୁ ନ୍ୟାୟ ଦିଅ...

କନକ ବ୍ୟୁରୋ: ହଟୁନି ପରଦା, ବଢୁଛି ସସପେନ୍ସ । ଦିନକୁ ଦିନ ରହସ୍ୟମୟ ହେଉଛି ମାନବପ୍ରେମୀଙ୍କ ମୃତ୍ୟୁ ମାମଲା । ହତ୍ୟା ନା ଆତ୍ମହତ୍ୟା ? ଆଦିତ୍ୟଙ୍କ ମୃତ୍ୟ କେମିତି ହେଲା ? ଏଇ ପ୍ରଶ୍ନ ଉପରୁ ପରଦା ହଟାଇବା ମୁସକିଲ ହୋଇପଡିଥିବା ବେଳେ ଆଦିତ୍ୟଙ୍କ ନ୍ୟାୟ ପାଇଁ ଜୋର ଧରୁଛି ଅଭିଯାନ । ସାରା ଓଡିଶାରୁ ପ୍ରତିବାଦର ସ୍ୱର ଶୁଭୁଥିବା ବେଳେ ବିଭିନ୍ନ ସଂଗଠନ ଆରମ୍ଭ କରିଛନ୍ତି ଲଣ୍ଡା ଅଭିଯାନ । ତଦନ୍ତ କରି ମାନବପ୍ରେମୀଙ୍କୁ ନ୍ୟାୟ ଦେବାକୁ ଲଣ୍ଡା ହୋଇ ସରକାରଙ୍କୁ ଦାବି କରିଛନ୍ତି ଯୁବକମାନେ ।

ତେବେ ଆଦିତ୍ୟ ମୃତ୍ୟୁ ମିଷ୍ଟ୍ରିରେ ଜଣେ ପରେ ଜଣଙ୍କୁ ଜେରା କରି ଜିଆରପି ଖୋଳତାଦ କରୁଥିବା ବେଳେ ଏବେ କ୍ରାଇମବ୍ରାଞ୍ଚଙ୍କୁ ମିଳିଛି ମାନବପ୍ରେମୀଙ୍କ ମୃତ୍ୟୁ ରହସ୍ୟର ତଦନ୍ତ ଦାୟିତ୍ୱ । ମାତ୍ର କ୍ରାଇମବ୍ରାଞ୍ଚ ତଦନ୍ତରେ ଶିଥିଳତା ହେଉଥିବା ଅଭିଯୋଗ କରି ଲଣ୍ଡା ହୋଇଛନ୍ତି କେନ୍ଦୁଝର ଜିଲ୍ଲାର ସର୍ଭ ଫର୍ ପିପୁଲର ସଦସ୍ୟମାନେ । ଆଉ ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ଦାବି କରିଛନ୍ତି ।

ସେପଟେ ଗତ କିଛି ଦିନ ତଳେ ମାନବପ୍ରେମୀଙ୍କ ମୃତ୍ୟୁ ରହସ୍ୟର ପଦ୍ଦାଫାସ କରିବାକୁ ସାରା ଓଡିଶାରେ ଆରମ୍ଭ ହୋଇଥିଲା ଏମିତି ଲଣ୍ଡା ଅଭିଯାନ । ଆଦିତ୍ୟଙ୍କକ ସମର୍ଥକମାନେ ଲଣ୍ଡା ହୋଇ ନିଜ ନିଜ ଲଣ୍ଡିତ ଫଟୋ ସହ ଆମ ଭାଇକୁ ନ୍ୟାୟ ଦିଅ ବୋଲି ଲେଖିଥିଲେ । ଠିକ ସେହିପରି ଗତ ଜୁଲାଇ ୨୧ ତାରିଖ ଦିନ ଆଦିତ୍ୟଙ୍କ ପାଇଁ ଆଗେଇ ଆସିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମାନବପ୍ରେମୀଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପ୍ରତାପ । ଆଉ ଏବେ କେନ୍ଦୁଝରରୁ ଆସିଛି ଲଣ୍ଡା ଅଭିଯାନର ଆଉ ଏକ ଚିତ୍ର ।

ତେବେ ଆଦିତ୍ୟଙ୍କ ସୁଇସାଇଡ୍ ନୋଟରେ ଲେଖାଥିବା ପପୁ, ବିକାଶ ଏବଂ ବିଦ୍ୟାଶ୍ରୀଙ୍କୁ କ୍ଲିନଚିଟ୍ ମିଳି ସାରିଥିବା ବେଳେ କ୍ରାଇମବ୍ରାଞ୍ଜ ଏବେ କାହାକୁ ନିଜ ଫାସରେ ପକାଇବ ତାହା ବଡ ଚାଲେଞ୍ଜ ଥିବା ବେଳେ ଆଦିତ୍ୟଙ୍କ ମୃତ୍ୟୁ ମିଷ୍ଟ୍ରି ଉପକୁ କେବେ ଉଠିବ ପରଦା । ସେ ପ୍ରଶ୍ନବାଚୀ ଧିରେଧିରେ ବଡ ହୋଇ ହୋଇ ଚାଲିଛି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe