ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲେ ରହସ୍ୟମୟୀ ମହିଳା । ଆଦିତ୍ୟଙ୍କ ବାପା କହିଲେ, ଏକ ତରଫା ପ୍ରେମ କରୁଥିଲେ ସାଇକୋ ଲେଡି, ଆତିଦ୍ୟକୁ କରୁଥିଲେ ବ୍ଲାକ୍ମେଲ । ଭିନ୍ନ ମୋଡରେ ପହଂଚିଲା ମାନବପ୍ରେମୀଙ୍କ ମୃତ୍ୟୁ ଘଟଣା ।

1,497

କନକ ବ୍ୟୁରୋ: ଆଦିତ୍ୟ ଦାସ ମୃତ୍ୟୁ ପଛରେ ରହସ୍ୟମୟୀ ମହିଳା, କିଏ ସେହି ରହସ୍ୟମୟୀ ମହିଳା ? ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଖୋଳତାଡ କରୁଥିବା ବେଳେ, ଦୁଇ ବନ୍ଧୁ ବିକାଶ ଓ ପପୁ ଏବଂ ପତ୍ନୀ ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ ଟେଷ୍ଟ ସରିଥିବା ବେଳେ ଏବେ ସାମନାକୁ ଆସିଛି ଜଣେ ରହସ୍ୟମୟୀ ମହିଳାଙ୍କ ଭୂମିକା । ଆଦିତ୍ୟଙ୍କ ବାପା କରିଥିବା ଅଭିଯୋଗ ଅନୁସାରେ, ଆଦିତ୍ୟଙ୍କ ମୃତ୍ୟୁ ସହିତ ରହିଛି ଏହି ମହିଳାଙ୍କ ସମ୍ପର୍କ । ଏହି ରହସ୍ୟମୟୀ ମହିଳା ଜଣେ ସାଇକୋ ଲେଡି ବୋଲି କହିଛନ୍ତି ଆଦିତ୍ୟଙ୍କ ବାପା ।

ତାଙ୍କ ବାପାଙ୍କ କହିବାନୁସାରେ, ଏହି ମହିଳା ଜଣଙ୍କ ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ । କଥା କେବଳ ପ୍ରେମରେ ସିମିତ ନଥିଲା, ଆଦିତ୍ୟଙ୍କୁ ବାରମ୍ବାର ବ୍ଲାକମେଲ ମଧ୍ୟ କରୁଥିଲେ ଏହି ରହସ୍ୟମୟୀ ମହିଳା । ସାମନାସାମନି ନଦେଖିଲେ ମଧ୍ୟ ଫଟୋରେ ଏହି ରହସ୍ୟମୟୀ ମହିଳାଙ୍କୁ ଦେଖିଥିବା କଥା କହୁଛନ୍ତି ଆଦିତ୍ୟଙ୍କ ବାପା । ଏବଂ ଏହି ମହିଳାଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ସେ କ୍ରାଇମବ୍ରାଂଚକୁ ଦେଇସାରିଛନ୍ତି ।

ଆଦିତ୍ୟଙ୍କ ବାପାଙ୍କ ଏହି ବୟାନ ପୁରା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି । ସେହି ମହିଳାଙ୍କୁ ସେ କେବଳ ଫଟୋରେ ଦେଖିଛନ୍ତି । କି ପ୍ରକାର ଓ କାହିଁକି ସେ ବ୍ଲାକମେଲ କରୁଥିଲେ ସେବାବଦରେ କ୍ରାଇମବ୍ରାଂଚକୁ ସବୁତଥ୍ୟ ଦେଇଛନ୍ତି ବୋଲି କହୁଛନ୍ତି । ଯଦି ଏହା ସତ ହୋଇଥାଏ, ତେବେ ପୁରା କାହାଣୀରେ ଏକ ବଡ ମୋଡ ଆସିଯାଇପାରେ ।