ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ଆତ୍ମହତ୍ୟା: ସୁନ୍ଦରପଦା ରେଳଧାରଣାରୁ ମିଳିଲା ମୃତଦେହ; ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ..

11,749

କନକ ବ୍ୟୁରୋ: ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ଆଦିତ୍ୟସୁନ୍ଦର ଦାସ ଆତ୍ମହତ୍ୟା କରିଛନ୍ତି । ରାଜଧାନୀର ସୁନ୍ଦରପଦା ରେଳଧାରଣାରୁ ଆଦିତ୍ୟସୁନ୍ଦରଙ୍କ ମୃତଦେହ ମିଳିଛି । ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । କିଛି ଦିନ ତଳେ ଆଦିତ୍ୟସୁନ୍ଦର ଦାସଙ୍କ ବିବାହ ହୋଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ତେବେ ମୃତ୍ୟୁର କିଛି ଘଂଟା ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଆଦିତ୍ୟସୁନ୍ଦର ଦାସ । ଏଥିରେ ଆଦିତ୍ୟ ଲେଖିଥିଲେ ଯେ, ମୃତ୍ୟୁ ଯେତେବେଳେ ଆସେ ବହୁତ ଧିରେ ଧିରେ ଆସେ କେହି ଜାଣିପାରନ୍ତି ନାହିଁ । ଆଉ ଏକ ପୋଷ୍ଟରେ ଲେଖିଛନ୍ତି, ଅସ୍ଥିର ମଣିଷ ଖୋଜେ ସ୍ଥିର ଭଗବାନ । ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ଥିଲେ ।

ଜଣାଶୁଣା ସାମାଜିକ କର୍ମୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କର ମୃତ ଦେହ ଆଜି ରେଳବାଇ ପୁଲିସ ସୁନ୍ଦରପଦା ରେଳଧାରଣା ନିକଟରୁ ଉଦ୍ଧାର କରିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ହତ୍ୟା ସନ୍ଦେହ ବି ଉପୁଜିଛି। ଆଦିତ୍ୟଙ୍କର ଘର ବୌଦ୍ଧ ଜିଲ୍ଲାରେ। ମାତ୍ର ସେ ଭୁବନେଶ୍ବରର ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ଚଲାଉଥିଲେ। ଏହାସହ ପିପୁଲ ଫର୍ ସେବା ନାମକ ଏକ ସଂଗଠନ ଜରିଆରେ ସେ ସାମାଜିକ ସେବା ମଧ୍ୟ କରୁଥିଲେ।

ତା’ଛଡ଼ା ସୋସାଲ ମିଡିଆରେ ଖୁବ୍ ସକ୍ରିୟ ଥିବା ଆଦିତ୍ୟ ଦାଶ ମୋଟିଭେସନାଲ ସ୍ପିକର ଭାବେ ବି ଖୁବ୍ ଲୋକପ୍ରିୟ ଥିଲେ। ଗତ ଜୁନ୍ ମାସରେ କଟକର ଖପୁରିଆରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ। ବିବାହର ମାସକ ନ ପୂର୍ବରୁ ସେ କାହିଁକି ଆତ୍ମହତ୍ୟା କଲେ, ତାହାକୁ ନେଇ ସନ୍ଦେହ ଉପୁଜିଛି। କିନ୍ତୁ ଦାମ୍ପତ୍ୟ ଜୀବନରେ କୌଣସି କଳହ ନ ଥିଲା, ତେବେ ଗତ କିଛି ଦିନ ହେବ ଆଦିତ୍ୟ ଭୟଭୀତ ରହୁଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି। ଏଣେ ନିଶା ନିବାରଣ ଆନ୍ଦୋଳନରେ ସେ ସକ୍ରିୟ ଥିବା ହେତୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ କୁହାଯାଉଥିଲା। ଏହି ଘଟଣାର ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.